“ମୋ ସହ ଶାରୀରିକ ସମ୍ପର୍କ ରଖି ନଥିଲେ ବର୍ଷା” ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଛାଡପତ୍ର ପିଟିସନ ଦାଖଲ କଲେ ଅନୁଭବ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଛାଡପତ୍ର ପାଇଁ ପିଟିସନ ଦାଖଲ କରିଛନ୍ତି। ୪୭ ପୃଷ୍ଠା ବିଶିଷ୍ଟ ଏହି ପିଟିସନରେ ପତ୍ନୀ ବର୍ଷାଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି ସାଂସଦ ଅନୁଭବ ମହାନ୍ତି। ତେବେ ଶାରୀରିକ ସମ୍ପର୍କ ପାଇଁ ବର୍ଷା ରାଜି ହେଉନଥିବା ପିଟିସନରେ ଉଲ୍ଲେଖ ହୋଇଛି।
ଏଥିସହିତ ସାଂସଦ ମହାନ୍ତି ଉଲ୍ଲେଖ କରିଛନ୍ତି ଯେ, ଶାରୀରିକ ସମ୍ପର୍କ ସ୍ଥାପନ ନ ହେବାରୁ ଅସହଜ ଓ ଅସୁଖୀ ମନେକରୁଥିଲି। ବାହାଘରର ପ୍ରଥମ ଦିନରୁ ହିଁ ବର୍ଷା ଶାରୀରିକ ସମ୍ପର୍କ ରଖିବାକୁ ଅରାଜି ଥିଲେ। ଏନେଇ ବର୍ଷା ଅନୁଭବଙ୍କୁ ୩/୪ ମାସ ସମୟ ମଧ୍ୟ ମାଗିଥିଲେ ଏବଂ ବର୍ଷାଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ସମୟ ଦେଇଥିଲି ବୋଲି ସାଂସଦ ମହାନ୍ତି କହିଛନ୍ତି।

ସେହିପରି ସାଂସଦ ମହାନ୍ତି ଆହୁରି ମଧ୍ୟ ଲେଖିଛନ୍ତି ଯେ, ରାଜ୍ୟସଭା ସାଂସଦ ହେବାପରେ ମୁଁ ଦିଲ୍ଲୀରେ ବର୍ଷାଙ୍କ ସହ ରହିଥିଲି। ଦିଲ୍ଲୀରେ ରହଣି ସମୟରେ ବର୍ଷାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଚେଷ୍ଟା କରି ନିରାଶ ହୋଇଥିଲି। ପରେ ଉଭୟେ କଟକ ଫେରିଥିଲୁ। କଟକ ଫେରିବା ପରେ ବର୍ଷା ଖୁସିଥିଲେ। ସେହିପରି କଟକ ଫେରିଲେ ଆମର ସମ୍ପର୍କ ରହିବ ବୋଲି ବର୍ଷା କହିଥିଲେ, କିନ୍ତୁ ବର୍ଷା ସମ୍ପର୍କ ନରଖି ପୁଣି ୭/୮ ମାସ ସମୟ ମାଗିଥିଲେ। ବର୍ଷା ଶାଶୂଘର ଖାଇବା ପସନ୍ଦ କରୁନଥିଲେ। ବାପଘର ଯିବାକୁ ବିଭିନ୍ନ ବାହାନା କରୁଥିଲେ। ଏପରିକି ବର୍ଷା ଅଧିକାଂଶ ସମୟ ବାପଘରେ ରହୁଥିଲେ। ଏଥିସହ ଅଭିନେତ୍ରୀଙ୍କ ସହ ମୋର ଅନୈତିକ ସମ୍ପର୍କ ଥିବାନେଇ ମିଥ୍ୟା ଅଭିଯୋଗ କରୁଥିଲେ ବର୍ଷା। ୨୦୧୯ ମେ’ ୧ରୁ ଦୁହେଁ ଅଲଗା ରହିଆସୁଥିବା ପିଟିସନରେ ଉଲ୍ଲେଖ କରିଛନ୍ତି ଅନୁଭବ ମହାନ୍ତି।

Leave A Reply

Your email address will not be published.