ଶାଶୂ ଘରୁ ଯିବେନି ବର୍ଷା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅନୁଭବ-ବର୍ଷା ବିବାଦ ଘଟଣାରେ ଉଭୟଙ୍କ ପକ୍ଷରୁ ଅଦାଲତି ଲଢ଼େଇ ଜାରି ରହିଛି। ସମୟକୁ ସମୟ ନୂଆ ନୂଆ ତଥ୍ୟ ଲୋକଲୋଚନକୁ ଆସୁଛି। ଉଭୟ ସାମାଜିକ ଗଣମାଧ୍ୟମରେ ସକ୍ରିୟ ରହି ଭିନ୍ନ ଭିନ୍ନ ତଥ୍ୟ ପ୍ରସାର କରୁଛନ୍ତି। ଏପରି ସ୍ଥିତିରେ ବର୍ଷା ଅନୁଭବଙ୍କ ନନ୍ଦିସାହି ବାସଭବନରେ ରହିବେ ବୋଲି ତାଙ୍କ ଓକିଲ ଆର୍କେ ରଥଙ୍କ ପକ୍ଷରୁ କୁହାଯାଇଛି। ସେହିପରି ବର୍ଷା ପ୍ରିୟଦର୍ଶନୀଙ୍କ ରୁମରେ ଗତକାଲି ଭିଡିଓ ରେକର୍ଡିଂ କରିଥିବା ଦୁଇ ଯୁବକ ଆଜି ପୁରୀଘାଟ ଥାନାରେ ହାଜର ହୋଇଥିଲେ। ଅଭିଯୋଗ ଅନୁସାରେ ଭିଡିଓ କରୁଥିବା ଏହି ଯୁବକ ଦୁଇ ଜଣ ଅନୁଭବଙ୍କ ସହଯୋଗୀ। ସେମାନେ ସୋମବାର ଅପରାହ୍ଣରେ ବର୍ଷାଙ୍କୁ ଖାଇବାକୁ ଦେବା ସମୟରେ ତାଙ୍କ ରୁମ୍ ଭିତରକୁ ଧସେଇ ପଶି ଭିଡିଓ କରିବାରୁ ବର୍ଷା ୧୦୦କୁ କଲ୍ କରି ସୁରକ୍ଷା ଲୋଡ଼ିଥିଲେ।
ଏନେଇ ବର୍ଷାଙ୍କ ଓକିଲ ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁରୀଘାଟ ପୁଲିସ ପକ୍ଷରୁ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଥାନାକୁ ଡକାଯାଇ ପଚରାଉଚରା କରାଯାଇଥିବା ଜଣାପଡ଼ିଛି। ତେବେ ଘରୋଇ ହିଂସା ଅଭିଯୋଗ ଆଣୁଥିବା ବର୍ଷା କେମିତି ଶାଶୂଘରେ ରହୁଛନ୍ତି ବୋଲି ସ୍ୱାମୀ ଅନୁଭବ ପ୍ରଶ୍ନ କରିଥିବା ବେଳେ ବର୍ଷାଙ୍କ ଓକିଲ ଆର୍କେ ରଥ କହିଛନ୍ତି ଯେ ବର୍ଷା ଶାଶୂଘର ଛାଡ଼ିବେନି, ଶାଶୂଘରେ ରହି ମାମଲା ଲଢ଼ିବେ। ଅନୁଭବଙ୍କ କଥାରେ ବର୍ଷା ଘର ଛାଡ଼ିପାରିବେ ନାହିଁ। ଅନ୍ୟପକ୍ଷରେ ବର୍ଷାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇବା ପରେ ତାଙ୍କୁ ୨୪ ଘଣ୍ଟିଆ ପୁଲିସ ସୁରକ୍ଷା ଯୋଗାଇ ଦିଆଯାଇଛି। ଅନୁଭବଙ୍କ ଘରେ ବର୍ଷାଙ୍କୁ ସୁରକ୍ଷା ଯୋଗାଇଦେବାକୁ ଜଣେ ପୁଲିସ କର୍ମଚାରୀ ସେଠାରେ ନିୟୋଜିତ ହୋଇଛନ୍ତି।

Leave A Reply

Your email address will not be published.