ଅନୁଭବଙ୍କ ଘର ଛାଡ଼ିବେ ବର୍ଷା

ଅନୁଭବଙ୍କ ଘର ଛାଡ଼ିବେ ବର୍ଷା । ଅନୁଭବ ବର୍ଷା ବିବାଦ ମାମଲାରେ କଟକ ଅତିରିକ୍ତ ଜିଲ୍ଲା ଜଜ ଏହି ରାୟ ଦେଇଛନ୍ତି । ଘର ଛାଡିବା ନେଇ ଏସଡିଜେଏମ ଦେଇଥିବା ନିର୍ଦ୍ଦେଶକୁ ବର୍ଷା ଚାଲେଞ୍ଜ କରିଥିଲେ । ତାଙ୍କ ଆବେଦନକୁ ଅଗ୍ରାହ୍ୟ କରି ଅତିରିକ୍ତ ଜିଲ୍ଲା ଜଜ ଏହାର ଶୁଣାଣି କରିଛନ୍ତି । ଆସନ୍ତା ୩୦ ଦିନ ମଧ୍ୟରେ ଘର ଛାଡ଼ିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଏନେଇ ବର୍ଷା ଅଣ୍ଡରଟେକିଂ ଦେଇଛନ୍ତି ।
ସେପଟେ ହାଇକୋର୍ଟରେ ଅଭିନେତ୍ରୀ ବର୍ଷା ଅନୁଭବଙ୍କ ପାରିବାରିକ ବିବାଦ ମାମଲାର ଶୁଣାଣି ଘୁଞ୍ଚିଛି । ଆସନ୍ତା ସେପ୍ଟେମ୍ବର ୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବା ପାଇଁ କୋର୍ଟ କହିଛନ୍ତି । କଟକ ଫ୍ୟାମିଲି କୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ବର୍ଷା ପ୍ରିୟଦର୍ଶିନୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।
ସୂଚନା ଥାଉକି, କଟକ ପରିବାର ଅଦାଲତରେ ସାଂସଦ ଅନୁଭବ ମହାନ୍ତିଙ୍କ ପକ୍ଷରୁ ଦାୟର ହୋଇଥିବା ଛାଡପତ୍ର ଆବେଦନ ଉପରେ ସକ୍ଷ୍ୟ ଦେବା ନିମନ୍ତେ ଅନୁଭବ ମହାନ୍ତି ନିଜେ କୋର୍ଟରେ ବ୍ୟକ୍ତିଗତ ଭାବରେ ହାଜର ହୋଇଥିଲେ । ବର୍ଷାଙ୍କୁ ଛାଡପତ୍ର ଦେବା ଲାଗି ପ୍ରଥମେ ନୂଆଦିଲ୍ଲୀର ପଟିଆଲା ହାଉସ ପରିବାର ଅଦାଲତରେ ଆବେଦନ କରିଥିଲେ ସାଂସଦ ଅନୁଭବ ମହାନ୍ତି । ଏହି ମାମଲା କଟକକୁ ସ୍ଥାନାନ୍ତରିତ କରିବା ପାଇଁ ବର୍ଷା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।