ଦିଲ୍ଲୀ ପୋଲିସରେ ହାଜର ହେବେ ବର୍ଷା

0

ଦିଲ୍ଲୀ ପୋଲିସରେ ହାଜର ହେବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ୧୫ ଦିନ ମଧ୍ୟରେ ହାଜର ହେବାକୁ ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୧୫ ଦିନ ଯାଏ ଅନ୍ତରୀଣ ସୁରକ୍ଷା ବଳବର୍ତ୍ତର ରଖିଛନ୍ତି କୋର୍ଟ । ବର୍ଷାଙ୍କ ନାଁରେ ଜାତିଆଣ ଆକ୍ଷେପ ନେଇ ଦିଲ୍ଲୀରେ ମାମଲା ରୁଜୁ ହୋଇଥିଲା ।

ସ୍ୱାମୀ ଅନୁଭବଙ୍କ କର୍ମଚାରୀଙ୍କ ପ୍ରତି ଜାତିଆଣ ଆକ୍ଷେପ ନେଇ ଅଭିଯୋଗ ହୋଇଥିଲା ଯାହାକୁ ନେଇ ୨ ଥର ନୋଟିସ ହୋଇଥିଲା । ନୋଟିସ ସତ୍ୱେ ବର୍ଷା ଦିଲ୍ଲୀ ପୋଲିସ ପାଖରେ ହାଜର ହୋଇନାହାନ୍ତି । ହାଜର ପରିବର୍ତ୍ତେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବର୍ଷା । ହାଇକୋର୍ଟ ଦିଲ୍ଲୀ ପୋଲିସ ପାଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

SOA post below
Leave a comment