ଘରର ସୁଖ ସମୃଦ୍ଧି ବୃଦ୍ଧି ପାଇଁ ଚିନ୍ତିତ ଅଛନ୍ତି କି? କରନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ପ୍ରତିକାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଘରର ସୁଖ ସମୃଦ୍ଧି ପାଇଁ ଲୋକେ ଅନେକ ଉପାୟ ଅବଲମ୍ବନ କରନ୍ତି। ବେଳେ ବେଳେ ଛୋଟ ଛୋଟ ଉପାୟ ମଧ୍ୟ ଘରର ବାସ୍ତୁ ଦୋଷ ଦୂର କରିବାରେ ସହାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଫିଟିକିରି ବ୍ୟବହାର କରି ଘରୁ କିପରି ବାସ୍ତୁ ଦୋଷ ଦୂର କରିପାରିବେ।

୧- ଆପଣଙ୍କ ଘରେ କିମ୍ବା ଅଫିସର ଯେଉଁ ଜାଗାରେ ବାସ୍ତୁ ଦୋଷ ଥିଲେ ସେହି ସ୍ଥାନରେ ଫିଟିକିରି ରଖନ୍ତୁ । ଏହି ଛୋଟ ଫିଟିକିର ଆପଣଙ୍କ ଘରର ବାସ୍ତୁ ଦୋଷ ଦୂର କରିପାରିବ। ମନେରଖିବେ ଫିଟିକିରି ପ୍ରତି ମାସରେ ବଦଳେଇବା ଜରୁରୀ।

୨- ଆପଣଙ୍କ ଦେକାନର ମୁଖ୍ୟ ଫାଟକ ଉପରେ ଏକ କଳା ରଙ୍ଗର କପଡାରେ ଫିଟିକିରି ବାନ୍ଧି ଝୁଲାଇ ଦିଅନ୍ତୁ। ଏହା ଆପଣଙ୍କ ଦୋକାନ ଉପରେ ଥିବା ଖରାପ ନଜରରୁ ରକ୍ଷା କରିବ।

୩-ଘର ଉପରେ ନକରାତ୍ମକ ପ୍ରଭାବ ପଡୁଥିଲେ ଗାଧୁଅ। ଘରେ ଏକ ଗିନାରେ ଫିଟିକରି ରଖନ୍ତୁ। ପ୍ରତି ମାସରେ ଫିଟିକିରିକୁ ବଦଳେଇବାକୁ ଯେପରି ନ ଭୁଲନ୍ତି ।

୪-ସମ୍ପୂର୍ଣ୍ଣ ବାସ୍ତୁ ଦୋଷ ନାଶକ ଯନ୍ତ୍ରକୁ ଘରର ପୂର୍ବ ଉତ୍ତର ଦିଗରେ ସ୍ଥାପନ କରନ୍ତୁ। ଏହି ଯନ୍ତ୍ରର ପ୍ରଭାବରେ ଗୃହର ସମସ୍ତ ବାସ୍ତୁ ଦୋଷ ଦୂର ହୋଇଥାଏ।

୫-ଘରର ଐଶାନ୍ୟ କୋଣରେ ଘଣ୍ଟି ଡ଼ିଜାଇନର ୱିଙ୍ଗ ଚାଇମ୍‍ ଲଗାନ୍ତୁ। ଏପରି କରିବା ଦ୍ୱାରା ଗୃହରେ ସକରାତ୍ମକ ଶକ୍ତି ସର୍ବଦା ରହିଥାଏ।ଐଶାନ୍ୟ କୋଣକୁ ସର୍ବଦା ସ୍ୱଚ୍ଛ ରଖନ୍ତୁ।

୭-ଗୃହରେ ଲଗାଇଥିବା ୱିଙ୍ଗ ଚାଇମ୍‍କୁ ଐଶାନ୍ୟ କୋଣରେ ଏପରି ସ୍ଥାନରେ ଲଗାନ୍ତୁ, ଯେପରି ଏହାର ଶବ୍ଦ ସମ୍ପୂର୍ଣ୍ଣ ଘରେ ଶୁଣାଯାଉଥିବ।

୮-ଘରର ମୁଖ୍ୟଦ୍ୱାର ସମ୍ମୁଖରେ ତୋରଣ ଡ଼ିଜାଇନର ୱିଙ୍ଗ ଚାଇମ୍‍ ଲଗାଇବା ଦ୍ୱାରା ଗୃହରେ ନକରାତ୍ମକ ଶକ୍ତି ପ୍ରବେଶ କରି ନଥାଏ।

Leave A Reply

Your email address will not be published.