ଭିଜିଲାନ୍ସ ଜାଲରେ ବିଡିଏ ଅଫିସର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):    ଭିଜିଲାନ୍ସ ଜାଲରେ (ବିଡିଏ) ଭୁବନେଶ୍ୱର ଡେଭଲପମେଣ୍ଟ ଅଥୋରିଟିର ସ୍କେସନ ଅଫିସରଙ୍କ ଘରେ  ଭିଜିଲାନ୍ସ ଚଢଉ ହୋଇଛି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଆଜି ଭୁବନେଶ୍ୱର ବିଡିଏ ସେକ୍ସନ ଅଫିସର  ବିଭୂତିଭୂଷଣ ରାୟଙ୍କ ଘରେ ଭିଜିଲାନ୍ସର ଏକ ଟିମ ଆଜି ଚଢଉ କରିଛି । ଏକକାଳୀନ 5 ଟି ସ୍ଥାନରେ ଏହି ଚଢଉ କରାଯାଇଛି ।

ଆଜି ଭୋରୁ ଭିଜିଲାନ୍ସର ଏକ ଟିମ ବିଭୂତିଭୂଷଣ ରାୟଙ୍କ ଭୁବନେଶ୍ୱରସ୍ଥିତି ଜିଜିପି କଲୋନୀ ବାସଭବନ, ଝାରପଡ଼ା ଓ  ଅଫିସରେ ଚଢଉ କରିଛି । ଏହାସହ ଜଗସଂହପୁର ପୈତୃକ ଘରେ ମଧ୍ୟ ଭିଜିଲନ୍ସ ଚଢାଉ ଜାରି ରଖିଛି । ବିଭୂତିଭୂଷଣ ରାୟଙ୍କ ଏବଂ ତାଙ୍କ ପରିବାର ନାଁରେ ଥିବା ବ୍ୟାଙ୍କ ବାଲାନ୍ସ ସହ ବିଭନ୍ନ କାଗଜପତ୍ର ଓ ସୁନା ଅଳଙ୍କାର ଭଲ ଭାବେ ଯାଞ୍ଚ କରାଯାଉଛି ।

Leave A Reply

Your email address will not be published.