ଜୀବନ ମଞ୍ଚରୁ ବିଦାୟ ନେଲେ ଦେବୁ ବୋଷ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଆ ସେନେ ଜଗତର ବରିଷ୍ଠ ଅଭିନେତା ଦେବୁ ବୋଷଙ୍କ ୭୫ ବର୍ଷ ବୟସରେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି । ସେ ଦୀର୍ଘ ଦିନରୁ ଅସୁସ୍ଥ ହୋଇ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଦେବୁ ବୋଷଙ୍କ ବିୟୋଗରେ ସାରା ଓଡ଼ିଶାରେ ଶୋକର ଛାୟା ଖଳିଯାଇଛି ।

ସୂଚନା ଅନୁଯାୟୀ, ୧୯୪୨ ଡିସେମ୍ବର ୨ ତାରିଖରେ ଓଡ଼ିଶାରେ ଜନ୍ମିତ ଦେବୁ ବୋଷ ନିଜ ଅଭିନୟ ଜୀବନ ମଞ୍ଚରୁ ଆରମ୍ଭ କରିଥିଲେ । ସେ ଶତାଧିକ ଓଡ଼ିଆ ସିନେମା ରେ ଅଭିନୟ କରିଛନ୍ତି । ତାଙ୍କ ଅଭିନୟର ଯାଦୁରେ ସେ ସମସ୍ତଙ୍କ ମନ ଜିଣି ପାରିଥିଲେ । ସମସ୍ତେ ତାଙ୍କୁ ସ୍ନେହରେ ଦେବୁ ଦା’ ବୋଲି ଡାକୁଥିଲେ । ‘ତପସ୍ୟା’ ନାମକ ଫିଲ୍ମ ରୁ ସେ ନିଜର ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ପାଖାପାଖି ୪ ମାସ ହେବ ଦେବୁ ହୃତ ରୋଗରେ ପିଡ଼ିତ ଥିଲେ । ଦେବୁଙ୍କ ନିଧନ ଓଡ଼ିଆ ସିନେମା ଜଗତ ପାଇଁ ଏକ ଅପୁରଣୀୟ କ୍ଷତି ହୋଇରହିବ ।

Leave A Reply

Your email address will not be published.