ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜିକାଲି ସାଧାରଣତଃ ଅନେକ ପ୍ରକାର ରୋଗ ହେଉଥିବାର ଦେଖିବାକୁ ମିଳୁଛି। କେବେ କେବେ ବହୁତ ଜୋରରେ ଜ୍ୱର ତ କେବେ ଡାଇବେଟିଜ୍ ଭଳି ଅନ୍ୟ ସମସ୍ୟା। କିନ୍ତୁ କ’ଣ ଆପଣ ଜାଣଇଛନ୍ତି କି ଏହି ସବୁ ରୋଗର ଆରମ୍ଭ ଆମ ପେଟରୁ ହିଁ ହୋଇଥାଏ। କାରଣ କୁହାଯାଇଥାଏ ଯଦି ପେଟ ସଫା ରହିନଥାଏ ତେବେ ଆପଣ ରୋଗାଗ୍ରସ୍ତ ହୋଇପାରନ୍ତି। ଏନେଇ ଯଦି କେବେ ଅଧିକ ଖାଦ୍ୟ ଖାଇଦେଇଥାନ୍ତି ତେବେ ଆମ ପେଟ ଓଜନିଆ ଲାଗିଥାଏ। ଏଥିପାଇଁ ଅଳସୁଆ, ବ୍ୟସ୍ତ ଲାଗିବା ଏବଂ ନିଦ ଲାଗିବା ଭଳି ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ତେବେ ଆଜି ଆମେ ଆପଣଙ୍କୁ ଏଭଳି କିଛି ଘରୋଇ ଉପାୟ ବିଷୟରେ କହିବୁ, ଯାହାଦ୍ୱାରା ଆପଣ ଅନେକ ଫାଇଦା ପାଇପାରିବେ। ପେଟ ଓଜନିଆ ଲାଗୁଥିଲେ ଏହି ସମସ୍ୟା ଦୂର କରିବା ପାଇଁ ମହୁ ଆପଣଙ୍କ ପାଇଁ ଲାଭକାରୀ ହୋଇଥାଏ। ପ୍ରତ୍ୟେକ ଦିନ ଖାଦ୍ୟ ଖାଇବା ପରେ ଏକ ଚାମଚ ମହୁ ସେବନ କରିବା ଦ୍ୱାରା ପେଟ ଫୁଲିବା ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ। ଏହାବ୍ୟତୀତ ପ୍ରତ୍ୟେକ ଦିନ ଅତିକମରେ ୮ ରୁ ୧୦ ଗ୍ଲାସ ପାଣି ପିଇବା ଦ୍ୱାରା ପାଚନ ପ୍ରକ୍ରିୟା ଭଲ ହୋଇଥାଏ, ଯେଉଁ କାରଣରୁ ପେଟ ଫୁଲିବା ଭଳି ସମସ୍ୟା ଦେଖାଯାଇନଥାଏ। ଏଥିସହ ପେଟ ସଫା ରହିବା କାରଣରୁ ଅନେକ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ।
cardamomପେଟ ଭାରି ଭାରି ଲାଗୁଥିଲେ ଏକ ଛୋଟ ଖଣ୍ଡ ଗୁଜୁରାତି ମଧ୍ୟ ଆପଣଙ୍କ ପାଇଁ ଲାଭକାରୀ ହୋଇଥାଏ। ପ୍ରତ୍ୟେକ ଦିନ ଭୋଜନ ପରେ ଗୋଟିଏ ଗୁଜୁରାତି ଖାଇବା ଦ୍ୱାରା ଗ୍ୟାସ ସମସ୍ୟା ଏବଂ ପେଟ ଭାରି ଲାଗିବା ଭଳି ସମସ୍ୟା ଦୂର ହୋଇଥାଏ। alsi ଏସବୁ ବ୍ୟତୀତ ଅଳସୀ ମଞ୍ଜି ଆମ ଶରୀର ପାଇଁ ବେଶ୍ ଲାଭକାରୀ ହୋଇଥାଏ। ଏହାକୁ ସେବନ କରିବା ଦ୍ୱାରା କେବଳ ପେଟ ସଫା ହୋଇନଥାଏ ବରଂ ପେଟ ଭାରି ଲାଗିବା ଭଳି ସମସ୍ୟା ମଧ୍ୟ ଦୂର ହୋଇଥାଏ । ଏହିକାରଣର ଆପଣ ପ୍ରତ୍ୟେକ ଦିନ ରାତିରେ ଖାଇବା ସାରିବା ପରେ ଅଳସୀ ସେବନ କରନ୍ତୁ।
