ପାଦ ଛୁଇଁ ପ୍ରଣାମ କରିବାର ଲାଭ

0

ଭାରତୀୟ ସଭ୍ୟତା ର ଗୋଟିଏ ପୁରୁଣା ପରମ୍ପରା ହେଉଛି ପାଦ ଛୁଇଁ ପ୍ରଣାମ କରିବା l ଯାହା ସହିତ ଯୋଡି ହୋଇ ରହିଛି ବିଭିନ୍ନ ଧାର୍ମିକ ଓ ବୈଜ୍ଞାନିକ କାରଣ l ତା ସହିତ ସନାତନ ଧର୍ମରେ ବଡ ମାନଙ୍କ ପାଦ ଛୁଇଁ ପ୍ରଣାମ କରିବାକୁ ଉତ୍ତମ ସଂସ୍କାର ଅଟେ l ପ୍ରତ୍ୟକ୍ଷ ଓ ପରୋକ୍ଷରେ ପାଦ ଛୁଇଁ ପ୍ରଣାମ କରିବାର ରହିଛି କିଛିଟା ଲାଭ l

ଆସନ୍ତୁ ଜାଣିବା ପାଦ ଛୁଇଁ ପ୍ରଣାମ କରିବାର ଲାଭ ବିଷୟରେ :

-ପାଦ ଛୁଇଁ ପ୍ରଣାମ କରିବାର ଅର୍ଥ ହେଉଛି ସମ୍ପୁର୍ଣ୍ଣ ଶ୍ରଦ୍ଧା ଭାବରେ କାହା ଆଗରେ ନତମସ୍ତକ ହେବା l ଏହାଦ୍ୱାରା ମନରେ ବିନମ୍ରତା ଆସିଥାଏ ଓ ମନକୁ ଶାନ୍ତି ମିଳିଥାଏ l ତା ସହିତ ପାଦ ଛୁଇଁ ପ୍ରଣାମ କରିବା ଦ୍ୱାରା ବ୍ୟକ୍ତି ଅନ୍ୟକୁ ମଧ୍ୟ ନିଜ ଆଚରଣରେ ପ୍ରଭାବିତ କରିଥାଏ l

-ଯେତେ ବେଳେ ଆମେ କୌଣସି ସମ୍ମାନୀୟ ବ୍ୟକ୍ତିଙ୍କ ପାଦ ସ୍ପର୍ଶ କରିଥାଉ ମାନ୍ୟତା ଅନୁସାରେ ସେତେବେଳେ ଉକ୍ତ ସମ୍ମାନୀୟ ବ୍ୟକ୍ତିଙ୍କ ହାତ ଦ୍ୱାରା ଆମ ମସ୍ତକ ରେ ପଜିଟିଭ ଏନର୍ଜି ଆଶୀର୍ବାଦ ଭାବରେ ପଡିଥାଏ l ଏହାଦ୍ୱାରା ଆମର ଆଧ୍ୟାତ୍ମିକ ଓ ମାନସିକ ବିକାଶ ହୋଇଥାଏ l

-ଶାସ୍ତ୍ରରେ କୁହାଯାଇଛି ଯେ ପ୍ରତିଦିନ ବଡ ମାନଙ୍କ ନିକଟରୁ ଆଶୀର୍ବାଦ ନେବା ଦ୍ୱାରା ଆୟୁ, ବିଦ୍ୟା, ଯଶ ଓ ବଳ ରେ ବୃଦ୍ଧି ହୋଇଥାଏ l

ପାଦ ଛୁଇଁ ପ୍ରଣାମ କରିବାର ବୈଜ୍ଞାନିକ ପକ୍ଷ ମଧ୍ୟ ରହିଛି :

ନ୍ୟୁଟନ ଙ୍କ ନିୟମ ଅନୁସାରେ ଦୁନିଆର ସମସ୍ତ ଜିନିଷ ଗୁରୁତ୍ୱଲକର୍ଷଣ ନିୟମରେ ବାନ୍ଧି ହୋଇଛି l ତା ସହିତ ଗୁରୁତ୍ୱ ଭାବି ସର୍ବଦା ଆକର୍ଷିତ କରୁଥିବା ଆଡକୁ ଯାଇଥାଏ l ଆମ ଶରୀର ଉପରେ ମଧ୍ୟ ଏହି ନିୟମ ଲାଗୁ ହୋଇଛି l ମୁଣ୍ଡର ଉତ୍ତର ଧୃବ ଓ ପାଦ ଦକ୍ଷିଣ ଧୃବ ରେ ରହିଥାଏ l ଏହାର ଅର୍ଥ ଅଟେ ଯେ ଗୁରୁତ୍ୱ ଶକ୍ତି ଅର୍ଥାତ ଚୁମ୍ବକୀୟ ଶକ୍ତି ସର୍ବଦା ସର୍ବଦା ଉତ୍ତର ଧୃବ ରୁ ସକାରାତ୍ମକ ଶକ୍ତି ପ୍ରବେଶ କରି ଦକ୍ଷିଣ ଦିଗକୁ ପ୍ରବାହିତ କରିଥାଏ l ପାଦ ରୁ ହାତ ଦ୍ୱାରା ଏହି ଶକ୍ତି କୁ ଗ୍ରହଣ କରିବା ପାଇଁ ଆମେ ଚରଣ ସ୍ପର୍ଶ କରିଥାଉ l

– ମାନ୍ୟତା ରହିଛି ଗୁରୁଜନ ଙ୍କ ପାଦ ନିୟମିତ ସ୍ପର୍ଶ କରିବା ଦ୍ୱାରା ଗ୍ରହର ଖରାପ ପ୍ରଭାବ ରୁ ରକ୍ଷା ମିଳିଥାଏ l

– ମନୋବିଜ୍ଞାନୀଙ୍କ ମତରେ ଯେଉଁ ଲକ୍ଷ ନେଇ ଆମେ ଗୁରୁଜନ ଙ୍କ ପାଦ ସ୍ପର୍ଶ କରିଥାଉ ସେହି ଲକ୍ଷ ଆମର ପୂରଣ ହୋଇଥାଏ l

– ଅନ୍ୟ ପକ୍ଷରେ ଏହା ଗୋଟିଏ ସୂକ୍ଷ୍ମ ବ୍ୟାୟାମ ଅଟେ l ଏହାଦ୍ୱାରା ଆମ ଶରୀର ଫ୍ଲେକ୍ସିବୁଲ ହୋଇଥାଏ l

– ଆଗ କୁ ନଇଁ ପ୍ରଣାମ କରିବା ଦ୍ୱାରା ଶରୀରରେ ରକ୍ତ ପ୍ରବାହ ଠିକ ଭାବରେ ହୋଇଥାଏ l

– ପ୍ରଣାମ କରିବା ଦ୍ୱାରା ମଣିଷ ମନର ଅହଂକାର କମ ହୋଇଥାଏ l ଏହି କାରଣରୁ ବଡ ମାନଙ୍କୁ ପ୍ରଣାମ କରିବାର ନିୟମ ଓ ସଂସ୍କାରର ରୂପ ଦିଆ ଯାଇଥାଏ l

SOA post below
Leave a comment