ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବର୍ଷ ୨୦୨୦ରେ ଭାରତର ଶ୍ରେଷ୍ଠ ୧୦ ଥାନା ତାଲିକା ପ୍ରକାଶ ପାଇଛି। ପୁଲିସ କର୍ମଚାରୀଙ୍କ କାର୍ଯ୍ୟକୁ ଆଧାର କରି ଗୃହମନ୍ତ୍ରାଳୟ ଏହି ତାଲିକା ପ୍ରସ୍ତୁତ କରିଛି। ଏହି ତାଲିକାରେ ମଣିପୁରର ଥୋବଲ ପୁଲିସ ଷ୍ଟେସନ ଶୀର୍ଷରେ ରହିଛି। ଏହା ବ୍ୟତୀତ ଉତ୍ତର ପ୍ରଦେଶ, ତାମିଲନାଡୁ, ଛତିଶଗଡ଼ ପୁଲିସ ଷ୍ଟେସନ ମଧ୍ୟ ସାମିଲ ରହିଛି।
ସେହିପରି କ୍ରମାନୁସାରେ ବାକି ୯ଟି ଥାନାରେ ତାମିଲନାଡୁର ସୁରମଙ୍ଗଲମ ଥାନା, ଅରୁଣାଚଳ ପ୍ରଦେଶର ଖରସଙ୍ଗ ଥାନା, ଛତିଶଗଡ଼ର ଝିଲମିଲି ଥାନା, ସାଉଥ ଗୋଆର ସଙ୍ଗୁଏମ ଥାନା, ନର୍ଥ ଆଣ୍ଡ ମିଡିଲ ଆଣ୍ଡାମାନର କାଲିଘାଟ ଥାନା, ସିକ୍କିମର ପାକୟୋଙ୍ଗ ଥାନା, ଉତ୍ତରପ୍ରଦେଶର କାନ୍ଥ ଥାନା, ଦାଦ୍ରା ଓ ନଗରହାବେଳିର ଖନଭେଲ ଥାନା ଓ ତେଲେଙ୍ଗାନାର ଜାମିକୁଣ୍ଟା ଟାଉନ ଥାନା ରହିଛି।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସୂଚନା ଅନୁସାରେ ଏହି ତାଲିକାରେ କେତେକ ଗ୍ରାମାଞ୍ଚଳ ଥାନା ଓ ଛୋଟ ସହରର ଥାନାକୁ ମିଶାଇ ମୋଟ ୭୫ଟି ଥାନା ଚୟନ କରାଯାଇଥିଲା। ପରେ ସେଥିରୁ ୧୦ଟି ଶ୍ରେଷ୍ଠ ଥାନା ଚୟନ କରାଯାଇଛି। ତେବେ କରୋନା ମହାମାରୀ ସମୟରେ ପୁଲିସର କାର୍ଯ୍ୟକାରିତା ଆଧାରରେ ଏହି ଚୟନ ହୋଇଛି।

Prev Post
Next Post