ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ର ସରକାରଙ୍କର ଜନ ବିରୋଧୀ ନୀତି ଓ ଏକଛତ୍ରବାଦ ଶାସନ ବିରୋଧରେ ଆଜି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନମାନେ ଭାରତ ବନ୍ଦ ଡାକରା ଦେଇଛନ୍ତି। ଆଜି ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ୨୪ଘଣ୍ଟିଆ ଧର୍ମଘଟରେ ବ୍ୟବସାୟିକ ପ୍ରତିଷ୍ଠାନ ସହ ଅନ୍ୟ ସମସ୍ତ ସରକାରୀ ବେସରକାରୀ ପ୍ରତିଷ୍ଠାନ ଓ ଗାଡ଼ି ମୋଟର ଚଳାଚଳ ବନ୍ଦ ରହିଛି। ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ରାସ୍ତାରୋକ କରି ଧାରଣାରେ ବସିଛନ୍ତି ବିଭିନ୍ନ ଶ୍ରମିକ ସଂଗଠନ। ନାଲକୋ ସ୍ମଲଟର ପ୍ଲାଣ୍ଟ ଓ ସିପିପି ପ୍ଲାଣ୍ଟ ଆଗରେ ସମସ୍ତ ଶ୍ରମିକ ସଂଗଠନ ଆଇଏନଟିୟୁସି, ଏଚଏମଏସ୍ , ସିଟୁ ଏଆଇୟୁଟିୟୁସି ପକ୍ଷରୁ ଧାରଣା ଦିଆଯାଇଛି। ସେହିଭଳି କନ୍ଧମାଳ, ଭଦ୍ରକ, ଭୁବନେଶ୍ବର ସମତେ ଅନେକ ସ୍ଥାନରେ ଶ୍ରମିକ ସଂଗଠନମାନେ ଧାରଣା ଦେଇଛନ୍ତି।
ସୂଚନା ମୁତାବକ, ସରକାରୀ କ୍ଷେତ୍ରର ଘରୋଇକରଣ ତଥା ନୂତନ ଚାଷ ଆଇନ ଭଳି କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରି ଏହି ଭାରତ ବନ୍ଦ ଆରମ୍ଭ ହୋଇଛି। ଏହି ବନ୍ଦ ପାଇଁ ଆହ୍ଵାନ ଦେଇଥିବା ଶ୍ରମିକ ସଂଗଠନଗୁଡ଼ିକ ହେଲେ ଅଲ ଇଣ୍ଡିଆ ଟ୍ରେଡ ୟୁନିଅନ କଂଗ୍ରେସ (ଏଆଇଟିୟୁସି), ଅଲ ଇଣ୍ଡିଆ ସେଣ୍ଟ୍ରାଲ କାଉନସିଲ ଅଫ ଟ୍ରେଡ ୟୁନିଅନ (ଏଆଇସିସଟିୟୁ), ସେଣ୍ଟର ଅଫ୍ ଇଣ୍ଡିଆନ ଟ୍ରେଡ୍ ୟୁନିୟନ (ସିଆଇଟିୟୁ), ଅଲ ଇଣ୍ଡିଆ ୟୁନାଇଟେଡ ଟ୍ରେଡ ୟୁନିଅନ ସେଣ୍ଟର (ଏଆଇୟୁଟିୟୁସି) ପ୍ରମୁଖ ଅନ୍ତର୍ଭୁକ୍ତ।

Next Post