ହୋମ୍‌ କ୍ୱାରେଣ୍ଟାଇନ୍‌ରେ ସାଂସଦ ଭର୍ତ୍ତୃହରି ମହତାବ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କରୋନା କବଳରେ ସାରା ବିଶ୍ୱ। ନେତା ଠୁ ଅଭିନେତା ସମସ୍ତେ ଭୟଭୀତ। ଓଡ଼ିଶାରେ ତିନି ଜଣ ବିଧାୟକ ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। ଏହି ଅଵସରରେ ବରିଷ୍ଠ ବିଜେଡି ନେତା ତଥା କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି । ସଂସଦର ଜଣେ ଅନୁସଚିବ କୋରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସାଂସଦଙ୍କୁ ଏଭଳି ପରାମର୍ଶ ଦିଆଯାଇଛି । ସରକାରୀ ହିସାବ କମିଟି ବୈଠକରେ ଭର୍ତ୍ତୃହରି ଯୋଗଦେଇଥିଲେ । ତେବେ କେବଳ ଭର୍ତ୍ତୃହରି ନୁହନ୍ତି ଜୁଲାଇ ୧୦ର ଏହି ବୈଠକରେ ଯୋଗଦେଇଥିବା ସମସ୍ତ ସଦସ୍ୟଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି ।
ଅନ୍ୟପକ୍ଷରେ ରାଜ୍ୟରେ ପୂର୍ବରୁ ଆଉ ତିନି ଜଣ ବିଧାୟକ କରୋନା ପଜିଟି୍‌ ଚିହ୍ନଟ ହୋଇସାରିଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣ ବିଜେଡିର ହୋଇଥିବା ବେଳେ ଜଣେ ବିଜେପିର । ପ୍ରଥମେ ନିଳଗିରି ବିଧାୟକ କରୋନା ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିବା ପରେ ଦ୍ୱିତୀୟରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା କରୋନା ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ମଙ୍ଗଳବାର ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା କରୋନା ଆକ୍ରାନ୍ତ ହୋଇଛନ୍ତି । ରେମୁଣା ବିଧାୟକ ନିଜେ କରୋନା ପଜିଟିଭ୍‌ ଥିବା ସ୍ପଷ୍ଟ କରିଛନ୍ତି । ତେବେ ସେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ଜଲ୍ଲା ପ୍ରଶାସନର ପରାମର୍ଶ ନେଇଛନ୍ତି ।

SOA

Leave A Reply

Your email address will not be published.