ବଲାଙ୍ଗୀରରେ ଭୀମଭୋଇ ମେଡିକାଲ କଲେଜର ଶୁଭାରମ୍ଭ କଲେ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବଲାଙ୍ଗୀର ବାସୀଙ୍କ ଦୀର୍ଘଦିନର ସ୍ବପ ପୂରଣ ହୋଇଛି । ଅନେକ ବର୍ଷରୁ ବଲାଙ୍ଗିରରେ ମେଡିକାଲ କଲେଜ ସ୍ଥାପନକୁ ନେଇ ଦେଖିଥିବା ଆଶା ଆଜି ପୂରଣ ହୋଇଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଙ୍କ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଦ୍ଵାରା ବଲାଙ୍ଗୀରରେ ଭୀମଭୋଇ ମେଡିକାଲ କଲେଜର ଉଦଘାଟନ ହୋଇଛି । ଏହାବ୍ୟତୀତ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଏହି ଉଦଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ ।

ଅପରପକ୍ଷରେ ଭୀମଭୋଇ ମେଡିକାଲ କଲେଜର ଉଦଘାଟନ ଉତ୍ସବର ନିମନ୍ତ୍ରଣ ପତ୍ରକୁ ନେଇ ଗତକାଲି ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଥିଲେ । ବିଜେପିର ଅଭିଯୋଗ ଥିଲାକି ସରକାର ଙ୍କ ତରଫରୁ ଦୁଇଟି ନିମନ୍ତ୍ରଣ ପତ୍ର ଛପା ଯାଇଥିଲା । ଏହାର ଜବାବ ରେ ବିଜେଡି ସ୍ପଷ୍ଟୀକରଣ ଦେଇ କହିଥିଲା ଯେ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଙ୍କ ଏହି କାର୍ଯ୍ୟକ୍ରମ ରେ ଯୋଗଦାନ ବିଷୟରେ କୌଣସି ସୂଚନା ମିଳିନଥିଲା । ତେଣୁ ପୂର୍ବ ନିମନ୍ତ୍ରଣ ପତ୍ରରେ କେନ୍ଦ୍ରମନ୍ତ୍ରୀ ନଡ୍ଡାଙ୍କ ନାଁ ନଥିଲା । ମାତ୍ର ଗତକାଲି କେନ୍ଦ୍ରମନ୍ତ୍ରୀଙ୍କ କାର୍ୟ୍ୟାଳୟ ନଡ୍ଡାଙ୍କ ଯୋଗଦାନ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରାଇବାପରେ ପୁନର୍ବାର ନିମନ୍ତ୍ରଣ ପତ୍ର ଛପାଯାଇଥିଲା ।

Leave A Reply

Your email address will not be published.