ଭୁବନେଶ୍ୱର ଶିରିପୁର ଲକ୍ଷ୍ମୀ ବଜାର ବସ୍ତି ଅଞ୍ଚଳକୁ କଣ୍ଟେନେମେଣ୍ଟ ଜୋନ୍ ଘୋଷଣା କଲା ବିଏମସି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ଶିରିପୁର ଲକ୍ଷ୍ମୀ ବଜାର ବସ୍ତି ଅଞ୍ଚଳକୁ କଣ୍ଟେନେମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ଗତ ୧୭ ତାରିଖରେ ଏହି ଅଞ୍ଚଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କଣ୍ଟାକ୍ଟ ଟ୍ରେସିଂରେ ଆଉ ୮ ଜଣ ଆକ୍ରାନ୍ତ ବାହାରିବା ପରେ ଏହି ଅଞ୍ଚଳକୁ ବିଏମସି ପକ୍ଷରୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ତ୍ରିନାଥ ମନ୍ଦିର ଛକରୁ ଏୟାରପୋର୍ଟ ପାଚେରୀ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଛି । କଣ୍ଟେନମେଣ୍ଟ ଜୋନ୍ ଭିତରକୁ ବାହାର ଲୋକ ପ୍ରବେଶ କରି ପାରିବେ ନାହିଁ। ସେହିପରି ଏହି ଜୋନ୍ ଭିତରେ ରହୁଥିବା କୌଣସି ଲୋକ ବାହାରକୁ ମଧ୍ୟ ଯାଇପାରିବେ ନାହିଁ। ବସ୍ତିର ପ୍ରବେଶ ପଥକୁ ସିଲ କରାଯାଇଛି। କଣ୍ଟେନମେଣ୍ଟ ଜୋନ୍ ଭିତରେ ଥିବା ସମସ୍ତଙ୍କ ଘର ଆଗରେ ଷ୍ଟିକର ଲାଗିବ । ସମସ୍ତେ ଘର ଭିତରେ ରହିବେ। କଣ୍ଟେନମେଣ୍ଟ ଜୋନ୍ ଭିତରେ ଥିବା ସବୁ ଦେକାନବଜାର, ସରକାରୀ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ଅତ୍ୟାବଶ୍ୟକ ସାମଗ୍ରୀ ମାନ ବିଏମସି ପକ୍ଷରୁ ଯୋଗାଇ ଦିଆଯିବ।

Leave A Reply

Your email address will not be published.