ଭୁବନେଶ୍ୱରରେ ୧୬ ପଜିଟିଭ ଚିହ୍ନଟ: ପଢନ୍ତୁ ଟ୍ରାଭେଲ ହିଷ୍ଟ୍ରି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜଧାନୀରୁ ଆଉ ୧୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କୁ ମିଶାଇ ଭୁବନେଶ୍ବରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ରେ ପହଞ୍ଚିଛି । ଏଥିମଧ୍ୟରୁ ୬୦ ଜଣ ସୁସ୍ଥ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି ।

ବିଏମସିର ଟ୍ବିଟ୍ ରେ ଦର୍ଶାଯାଇଛି ଯେ, ୧୬ ସଂକ୍ରମିତଙ୍କ ମଧ୍ୟରୁ ୧୪ ଜଣ ହୋମ୍ କ୍ବାରେଣ୍ଟାଇନ୍ ରେ ଥିବାବେଳେ ୨ ଜଣ ସ୍ଥାନୀୟ ଅଞ୍ଚଳର ସଂକ୍ରମିତ ହୋଇଛନ୍ତି । ପଟିଆ ସ୍ଥିତ ଶ୍ରୀବିହାରରୁ ୩ ଜଣ ସଂକ୍ରମିତ ଗୋଟିଏ ପରିବାରର । ସେମାନେ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ । ୟୁନିଟ୍ ୪ ସ୍ଥିତ ଶାସ୍ତ୍ରି ନଗରର ଦୁଇଜଣ ଗୋଟିଏ ପରିବାରର । ସେମାନଙ୍କର ଟ୍ରାଭେଲ ହିଷ୍ଟ୍ରି କୋଲକତା ରହିଛି।
କଳିଙ୍ଗବିହାର ସ୍ଥିତ ଶୈଳବାଳା ଏନକ୍ଲେଭ ଅଞ୍ଚଳର ଜଣେ ସଂକ୍ରମିତ । ତାଙ୍କର ଟ୍ରାଭେଲ ହିଷ୍ଟ୍ରି ଓମାନ ରହିଛି । ଜୟଦେବ ବିହାର ସ୍ଥିତ ବିଜୁ ପଟ୍ଟନାୟକ କଲେଜ ଅଞ୍ଚଳର ୨ ଜଣ ଗୋଟିଏ ପରିବାରରୁ ଚିହ୍ନଟ । ସେମାନଙ୍କର ଟ୍ରାଭେଲ ହିଷ୍ଟ୍ରି ୟୁଏସଏ ରହିଛି । ଡୁମୁଡୁମା ଫେଜ୍ ୧ ଅଞ୍ଚଳର ଜଣେ ସଂକ୍ରମିତ ରହିଛନ୍ତି । ତାଙ୍କର ଟ୍ରାଭେଲ ହିଷ୍ଟ୍ରି ପୁନେ ରହିଛି । ସତ୍ୟନଗର ଓଭରବ୍ରିଜ ନିକଟ ଅଞ୍ଚଳରୁ ଜଣେ ସଂକ୍ରମିତ ରହିଛନ୍ତି । ତାଙ୍କର ଟ୍ରାଭେଲ ହିଷ୍ଟ୍ରି ଦିଲ୍ଲୀ ରହିଛି । ନୟାପଲ୍ଲୀ ଶବର ସାହିର ଜଣେ ସଂକ୍ରମିତ । ତାଙ୍କର ଟ୍ରାଭେଲ ହିଷ୍ଟ୍ରି ଚେନ୍ନାଇ ରହିଛି ।
ରସୁଲଗଡ ନେତାଜୀ ବିହାରର ଜଣେ ସଂକ୍ରମିତ । ତାଙ୍କର ଟ୍ରାଭେଲ ହିଷ୍ଟ୍ରି ଗୁରଗାଓଁ ରହିଛି । ଯଦୁପୁର ବେଗୁନିଆ ମସଜିଦ ଅଞ୍ଚଳର ଜଣେ ସଂକ୍ରମିତ ରହିଛନ୍ତି । ତାଙ୍କର ଟ୍ରାଭେଲ ହିଷ୍ଟ୍ରି ଦିଲ୍ଲୀ ରହିଛି । ୟୁନିଟ୍ ୩ ମସଜିଦ କଲୋନୀର ଜଣେ ସଂକ୍ରମିତ ରହିଛନ୍ତି । ତାଙ୍କର ଜଣେ ସଂପର୍କୀୟ କୋଲକାତାରୁ ଫେରିଥିଲେ । ପଳାଶୁଣୀ କପିଳେଶ୍ବର ବିହାରର ଜଣେ ସଂକ୍ରମିତ । ସେ ଭଦ୍ରକରୁ ଫେରିଥିଲେ । ଏକ ପ୍ରାଇଭେଟ୍ ହସ୍ପିଟାଲର ଜଣେ ସର୍ଭିସ୍ ପ୍ରୋଭାଇଡର ରହିଛନ୍ତି ।

Leave A Reply

Your email address will not be published.