ସପ୍ତାହରେ ୩ଦିନ ଭୁବନେଶ୍ୱର – ଅହମ୍ମଦାବାଦ ବିମାନ ସେବା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ) : ଗୁଜୁରାଟର ଅହମ୍ମଦାବାଦକୁ ପ୍ରଥମ ଥର ପାଇଁ ଭୁବନେଶ୍ବରରୁ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଆସନ୍ତା ସେପ୍ଟେମ୍ବର ୩ ତାରିଖରୁ ଏହି ବିମାନସେବା ଆରମ୍ଭ କରାଯିବ । ସପ୍ତାହରେ ତିନିଦିନ ଭୁବନେଶ୍ୱର-ଅହମ୍ମଦାବାଦ ମଧ୍ୟରେ ବିମାନ ଚଳାଚଳ ହେବ । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ଏହି ସୂଚନା ଦେଇ କହିଛନ୍ତି ୬-ଇ୯୫୩ ସୋମବାର, ବୁଧବାର ଓ ଶୁକ୍ରବାର ସକାଳ ୮ଟା ୫୫ ମିନିଟରେ ଭୁବନେଶ୍ୱର ରୁ ଯାତ୍ରା ଆରମ୍ଭ କରିବ ଓ ୧୧ଟା ୧୦ ମିନିଟରେ ଅହମ୍ମଦାବାଦରେ ପହଞ୍ଚିବ ।

Leave A Reply

Your email address will not be published.