ଭୁବନେଶ୍ୱର ବିମାନ ବନ୍ଦର ପାଲଟିଛି ଚୋରା ସୁନାର ଗନ୍ତବ୍ୟ ସ୍ଥଳ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପୁଣି ସୁନା ଜବତ ହୋଇଛି ଭୁବନେଶ୍ୱର ଏୟାରପୋର୍ଟରୁ। ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ୫ କିଲୋରୁ ଅଧିକ ସୁନା ଜବତ କରିଛି। ଜବତ ସୁନାର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି। ରାଜସ୍ୱ ଗୁଇନ୍ଦା ବିଭାଗ ୩ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।

ଘଟଣା କ୍ରମେ,

କୁଆଲାଲମ୍ପୁରରୁ ବିମାନରେ ଆସୁଥିବା ୩ ଜଣ ପ୍ରବାସୀ ଭାରତୀୟ ନିଜ ଜୋତାରେ ୫କିଲୋରୁ ଅଧିକ ସୁନା ଲୁଚାଇ ଅଣୁଥିବା ସମୟରେ ରାଜସ୍ୱ ଗୁଇନ୍ଦା ବିଭାଗ ଏହାକୁ ଜବତ କରିବା ସହ ସେମାନଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି।

ସେହିପରି ଦୁଇଦିନ ତଳେ ମଧ୍ୟ ୯ଲକ୍ଷ୍ୟ ଟଙ୍କାର ସୁନା ଜବତ ହୋଇଥିଲା । ଏପ୍ରିଲ୍‌ ୨୨ ତାରିଖରେ ଭୁବନେଶ୍ୱର ବିମାନ ବନ୍ଦରରୁ ଚୋରାଚାଲାଣ ବେଳେ ସୁନା ଅଳଙ୍କାର ଜବତ କରାଯାଇଥିଲା। ଜଣେ ମହିଳା ସୁନା ଚୁଡି ଓ ଚେନ୍‌ରେ ରୂପା କୋଟିଂ କରି ଆଣୁଥିବା ବେଳେ ଧରାପଡ଼ିଥିଲେ।  ଜବତ ସୁନା ଅଳଙ୍କାରର ମୂଲ୍ୟ ୧୭ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି କଷ୍ଟମ୍‌ ବିଭାଗ ସୂଚନା ଦେଇଥିଲା।ପୂର୍ବରୁ ମଧ୍ୟ ଅନେକ ଥର ଏଭଳି ଘଟଣା ଘଟିଛି। ଏକମାସ ମଧ୍ୟରେ ଏହାକୁ ମିଶାଇ ପଞ୍ଚମ ଥର ସୁନା ଜବତ ହୋଇସାରିଛି । ଇତିମଧ୍ୟରେ ସବୁଠାରୁ ଚର୍ଚ୍ଚିତ ଥିଲା ୩୫ ଲକ୍ଷ ଟଙ୍କାର ସୁନା ବିସ୍କୁଟ ଓ ୧୨ଲକ୍ଷ ଟଙ୍କାର ଓ ୭୦୦ ଶହ ଗ୍ରାମର ୬ଖଣ୍ଡ ସୁନା ବିସ୍କୁଟ ଏହି ସୁନାକୁ ଗ୍ରାଇଣ୍ଡଡର ଭିତରେ ଲୁଚାଇ ଆଣିଥିଲେ ଏହାର ମୁଲ୍ୟପ୍ରାୟ ୨୨ ଲକ୍ଷ ୩ହାଜର ଟଙ୍କାର ସୁନା ଜବତ ଓ ଘଟଣା ।

ଭୁବନେଶ୍ୱରରେ ଆନ୍ତର୍ଜାତୀୟ ବିମାନ ବନ୍ଦର ହେବା ପରେ ଏଭଳି ଘଟଣା ବଢ଼ିବାରେ ଲାଗିଛି। ଏହି ସୁନା ରାଜଧାନୀରରୁ କେଉଁଆଡେ ଯାଉଛି ତାହା ଏଯାବତ ଜଣାପଡୁନାହିଁ । ଏନେଇ ଜନସାଧାରଣଙ୍କ ମନରେ ବଡ ପ୍ରଶ୍ନ ସୃଷ୍ଟି ହୋଇଛି।

Leave A Reply

Your email address will not be published.