ଏଇ ସପ୍ତାହରେ ଖୋଲିବ ଭୁବନେଶ୍ୱର ନିୟୁ ଷ୍ଟେସନ

0

ଓଡ଼ିଶାଫାଷ୍ଟ(ବ୍ୟୁରୋ)-ରାଜଧାନୀ ଉପକଣ୍ଠର ରଘୁନାଥପୁରଠାରେ ର୍ନିମାଣ ହେଉଥିବା ‘ଭୁବନେଶ୍ୱର ନିୟୁ’ ଷ୍ଟେସନ ଚଳିତ ସପ୍ତାହରେ ଖୋଲିବ। ଆଗାମୀ ରଥ ଯାତ୍ରାକୁ ଦୃଷ୍ଟିରେ ରଖି ଏହି ଷ୍ଟେସନ ଉଦ୍‌ଘାଟନ କରାଯିବ। ଏ ନେଇ ପୂର୍ବତଟ ରେଳପଥ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଉଦ୍‌ଘାଟନ ପରେ ବର୍ତ୍ତମାନ ଏଠାରେ ପୁରୀ-ହାଓଡା-ପୁରୀ ପାସେଞ୍ଜର, ରାଉରକେଲା-ପୁରୀ-ରାଉରକେଲା ପାସେଞ୍ଜର, କଟକ-ବ୍ରହ୍ମପୁର-କଟକ ମେମୁ ଟ୍ରେନ ରହିବ। କେନ୍ଦ୍ର ରେଳ ମନ୍ତ୍ରୀ କିମ୍ବା ରେଳ ରାଷ୍ଟ୍ର ମନ୍ତ୍ରୀ ଏହି ଷ୍ଟେସନକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ଅସନ୍ତା ୬ ମାସ ପର୍ଯ୍ୟନ୍ତ ଏହି ଷ୍ଟେସନ ଦେଇ ପରୀକ୍ଷାମୂଳକ ଭାବେ ଟ୍ରେନ ଯାତାୟତ କରିବା ସହ ଅଟକିବ । ତେବେ ଆଶାନୁରୂପକ ଯାତ୍ରୀ ନ ହେଲେ ଏହାକୁ ବନ୍ଦ କରି ଦିଆଯିବ ବୋଲି ସୂଚନା ମିଳିଛି।

Sikshaya
Leave A Reply

Your email address will not be published.