ଭୁବନେଶ୍ୱର ବୁଡ଼ିବ କଟକ ଭାସିବ

0

ଭୁବନେଶ୍ୱର : ଜାରି ରହିଛି ହୀରାକୁଦ ଡ୍ୟାମରୁ ୩୪ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ l ଏପଟେ ଆଜି ଏହି ନିଷ୍କାସନ ବନ୍ୟାଜଳ କଟକ ଜିଲ୍ଲା ମୁଣ୍ଡଳି ଦେଇ ଅତିକ୍ରମ କରିବ। ତେବେ ଆବଶ୍ୟକ ଠାରୁ ଅଧିକ ଜଳ ନିଷ୍କାସନ ହେବ, ଯାହା ଫଳରେ ଜଳସ୍ତର ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି l

ଅନ୍ୟପଟେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଯଦି ଲଘୁଚାପ ବର୍ଷା ଓଡ଼ିଶା ଓ ଛତିଶଗଡ଼ରେ ବର୍ଷା ଜାରି ରହେ, ତେବେ ଅଗଷ୍ଟ ୧୫ ବେଳକୁ ଛୋଟ ବନ୍ୟା ଆସିବ ବୋଲି ଅନୁମାନ କରାଯାଉଛି । ତେଣୁ ମହାନଦୀ ଅବବାହିକା ଜିଲ୍ଲା ଗୁଡିକ ପାଇଁ ସଜାଗ ରହିଛି ଜିଲ୍ଲା ପ୍ରଶାସନ ।

ଗୋଟିଏ ପଟେ ଲଘୁଚାପ ଜନିତ ବର୍ଷା ଓ ଅନ୍ୟ ପକ୍ଷରେ ହୀରାକୁଦ ଡ୍ୟାମ୍‌ର ୩୪ଟି ଗେଟ୍ ଖୋଲା ଯାଇଥିବାରୁ ସୁବର୍ଣ୍ଣପୁର, ବୌଦ୍ଧ ସହିତ କଟକର ମୁଣ୍ଡଳି ଠାରେ ମହାନଦୀର ଜଳସ୍ତର ବଢ଼ିବାରେ ଲାଗିଛି।

ଏଥିସହ କଟକ ଜିଲ୍ଲାର ତଳିଆ ଅଞ୍ଚଳରେ ଏବେ ଜଳସ୍ତର ବୃଦ୍ଧିପାଉଛି। ଏଭଳି ବର୍ଷା ଲାଗିରହିବା ଫଳରେ ଜଳସ୍ତର ବୃଦ୍ଧି ପାଇବା ସହ କଟକର ତଳିଆ ଅଂଚଳ ଗୁଡିକ ପାଣି ଜମାଟ ହୋଇ ରହିବ ବୋଲି ଅନୁମାନ କରାଯାଉଛି l ସେହିଭଳି ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିରର ପାହାଚ ଛୁଇଁଲାଣି ମହାନଦୀର ବନ୍ୟାଜଳ। ଲଗାଣ ବର୍ଷାରେ ବନ୍ୟପାଣି ପଶି ବଡ଼ମ୍ବା ବ୍ଳକର ହଜାର ହଜାର ଚାଷଜମି ଜଳାର୍ଣ୍ଣବ ହୋଇଛି।

ସେପଟେ ଭୁବନେଶ୍ୱରରେ ବର୍ତ୍ତମାନ ପରିସ୍ଥିତି କହିଲେ ନସରେ l କିଛି ସ୍ଥାନରେ ପାଣି ଜମାଟ ରହି ଥିବାବେଲେ ଏଭଳି ବର୍ଷା ଲାଗିରହିଲେ ରାଜଧାନୀ ଜଳମଗ୍ନ ହେବାର ଆଶଙ୍କା ରହିଛି l

ଅନ୍ୟପକ୍ଷରେ ଦାଉ ସାଜିଛି ବଙ୍ଗୋପସାଗରରେ ଗତକାଲି ସୃଷ୍ଟି ହୋଇଥିବା ଆଉ ଏକ ଲଘୁଚାପ। ଆଜି ଏହା ଅବପାତର ରୂପ ନେବା ପରେ ରାଜ୍ୟରେ ୨ ଦିନ ଯାଏଁ ବର୍ଷା ସମ୍ଭାବନା ରହିଛି। ଏହାରି ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହିତ ଉପକୂଳ ଜିଲ୍ଲାଗୁଡ଼ିକରେ ଘଣ୍ଟାପ୍ରତି ୫୫ କିମି ବେଗରେ ପବନ ହେବା ସମ୍ଭାବନା ରହିଛି।

SOA post below
Leave a comment