ବିଧାନସଭାରେ ୟେସ ବ୍ୟାଙ୍କ ଝଡ଼: ଜଗନ୍ନାଥଙ୍କ ଟଙ୍କା ପରେ ୟେସ ବ୍ୟାଙ୍କରେ ରହିଛି ଓଏମସିର ୬୫୦ କୋଟି !

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):  ଆଜି ବିଧାନସଭା ରେ  ୟେସ ବ୍ୟାଙ୍କ ରେ ଜଗନ୍ନାଥଙ୍କ ଜମା ଟଙ୍କା କୁ ନେଇ ତୁମ୍ବି ତୋଫାନ ହୋଇଥିଲା। ଆଉ ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସୁଛି।

ଜଗନ୍ନାଥଙ୍କ ଟଙ୍କା ପରେ ୟେସ ବ୍ୟାଙ୍କରେ ଓଏମସିର ଟଙ୍କା ଜମାକୁ ନେଇ ବିଧାନସଭାରେ ଅଭିଯୋଗ  ହୋଇଛି ।  ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି, ଓଡିଶା ମାଇନିଂ କରପୋରେସନ ୟେସ ବ୍ୟାଙ୍କରେ ୬୫୦ କୋଟି ଜମା ରଖିଛି । ଗତ ବର୍ଷ ଏପ୍ରିଲ ମାସରେ ଏହି ଟଙ୍କା ଓଏମସି ପକ୍ଷରୁ ଜମା କରାଯାଇଥିବା ନେଇ ସୂଚନା ମିଳିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ୟେସ ବ୍ୟାଙ୍କ ଉପରେ କଟକଣା ଜାରି କରିବା ପରେ ଏସବୁ ଟଙ୍କା ଫେରି ପାଇବା ନେଇ ଅନିଶ୍ଚିତତା ରହିଛି ।

ସୂଚନାଯୋଗ୍ୟ, ପୂର୍ବରୁ ଜଗନ୍ନାଥଙ୍କ ଟଙ୍କା ୟେସ ବ୍ୟାଙ୍କରେ ଜମା କରିବା ସଂପର୍କରେ ତୁମ୍ବି ତୋଫାନ ହେବା ପରେ ଏବେ ପୁଣି ଓଏମସି ଟଙ୍କା ଜମାକୁ ନେଇ ପ୍ରଶ୍ନ ଉଠିବା ଆରମ୍ଭ କଲାଣି  ।

Leave A Reply

Your email address will not be published.