ଏଥର ବି ଅଧିବେସନ ପୂର୍ବରୁ ହେବ କରୋନା ଟେଷ୍ଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୨୦ ତାରିଖରୁ ବିଧାନସଭାର ଶୀତ ଅଧିବେସନ ଆରମ୍ଭ ହେବା ପୂର୍ବରୁ କୋଭିଡ ଟେଷ୍ଟ ଅନୁଷ୍ଠିତ ହେବ। ଏନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି। ୧୭, ୧୮ ଓ ୧୯ ତାରିଖରେ ଗୃହର ସଦସ୍ୟ ଓ ସଚିବଙ୍କ କୋଭିଡ ଟେଷ୍ଟ ହେବ। ବିଧାୟକଙ୍କ ସହାୟକ ଓ ବିଧାନସଭା କର୍ମଚାରୀଙ୍କର ମଧ୍ୟ କରୋନା ଟେଷ୍ଟ ହେବ। ବିଧାନସଭା ଯିବାକୁ ଥିବା ସାମ୍ବାଦିକଙ୍କୁ ମଧ୍ୟ କରୋନା ଟେଷ୍ଟ କରାଇବାକୁ ପଡ଼ିବ।
ବିଧାନସଭା ଚାଲିଥିବା ସମୟରେ ଦ୍ୱିତୀୟ ପର୍ଯ୍ୟାୟ ଟେଷ୍ଟ ହେବ। ସାମ୍ବାଦିକଙ୍କୁ ମାସ୍କ ଓ ସାନିଟାଇଜର ମଧ୍ୟ ଦିଆଯିବ। ପ୍ରତିଦିନ ବିଧାନସଭା ପରିସରକୁ ସାନିଟାଇଜ କରାଯିବ। ଏଥର ମଧ୍ୟ ସଦସ୍ୟ ଭିଡିଓ କନଫ୍ରେନ୍ସିଂ ଯୋଗେ ଗୃହକାର୍ଯ୍ୟରେ ଭାଗ ନେଇପାରିବେ। ପ୍ରଶ୍ନକାଳ ବାତିଲ କରାଯିବ କି ନାହିଁ ସେନେଇ ଆଲୋଚନା ହୋଇନାହିଁ ବୋଲି ଶ୍ରୀପାତ୍ର କହିଛନ୍ତି।

Leave A Reply

Your email address will not be published.