ଏଥର ଏହି ଷ୍ଟାରମାନେ ବିଗ୍ ବସ୍ ୧୬ରେ ଦେଖିପାରନ୍ତି କମାଲ

ଟେଲିଭିଜନରେ ସବୁଠାରୁ ଲୋକପ୍ରିୟ ତଥା ସର୍ବାଧିକ ଦେଖାଯାଉଥିବା ରିଆଲିଟି ଶୋ’ ମଧ୍ୟରୁ ‘ବିଗ୍ ବସ୍’ ଅନ୍ୟତମ | ବଲିଉଡ ମେଗାଷ୍ଟାର ସଲମାନ ଖାନ ଏହି ଶୋ’ ଆୟୋଜନ କରୁଛନ୍ତି। ‘ବିଗ୍ ବସ୍ ସିଜନ୍ ୧୫’ର ସଫଳତା ପରେ ଏହାର ନୂତନ ସିଜିନ୍ ଅର୍ଥାତ୍’ ବିଗ୍ ବସ୍ ୧୬’ଏକ ନୂଆ ଥିମ୍ ସହିତ ଟିଭିରେ ଆସିବାକୁ ସ୍ଥିର ହୋଇଛି | ଯାହାକୁ ନେଇ ବେଶ ଉତ୍ସାହିତ ଅଛନ୍ତି ଦର୍ଶକ। ଏହି ସମୟରେ ଶୋ’ ବିଷୟରେ ମିଳିଛି ଆଉ ଏକ ଅପଡେଟ୍ | ଏକ ରିପୋର୍ଟ ଅନୁଯାୟୀ, ଏଥର ସିଜିନରେ ଅନେକ ପ୍ରସିଦ୍ଧ ଚେହେରା ଦେଖିବାକୁ ମିଳିବ | ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ …
ଏକ ରିପୋର୍ଟ ଅନୁଯାୟୀ, ଅନେକ ଲୋକପ୍ରିୟ ଚେହେରା’ ବିଗ୍ ବସ୍ ୧୬’ର ଅଂଶ ହୋଇପାରନ୍ତି | ରିପୋର୍ଟ ଅନୁଯାୟୀ, ଭୁମିକା ଚାୱଲା, କୃଷ୍ଣ ଅଭିଷେକ, ଗୁଲ୍କି ଯୋଶୀ, ଦିଶା ପରମାର, ମୋହସିନ୍ ଖାନ୍, ପାର୍ଥ ସାମଥାନ, ଅଙ୍କିତା ଲୋଖଣ୍ଡେ, ରାଘବ ଜୁୟାଲ, ସେଜାନ ଖାନ, ନେହା ମାର୍ଡା, ଜେନିଫର ୱିଙ୍ଗେଟ, ଦିଶା ବଖାନି, ଶେରିନ ସିଂ, ଅମିତ ଟଣ୍ଡନ, ବେସର ଅଲି ଏବଂ ପ୍ରିୟା ବାନାର୍ଜୀ ଇତ୍ୟାଦି ନାମିଦାମି ବଲିଉଡ ଓ ଟିଭି ଷ୍ଟାରମାନଙ୍କୁ ଏଥର ଦେଖିବାକୁ ମିଳିବ | ତେବେ ଏ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ ସୂଚନା ମିଳିପାରିନାହିଁ। ଏହା ବ୍ୟତୀତ ଆଉ କିଛି ବଡ ବଡ ଷ୍ଟାରଙ୍କ ନାମ ଏହି ଲିଷ୍ଟରେ ମଧ୍ୟ ରହିଥିବା ଶୁଣିବାକୁ ମିଳୁଛି |