ମନ୍ତ୍ରୀ ହେବାର ୩ ଦିନ ମଧ୍ୟରେ ଇସ୍ତଫା ଦେଲେ ଶିକ୍ଷାମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ବିହାର ନିର୍ବାଚନରେ ବିଜୟୀ ହୋଇ କ୍ଷମତା ଦଖଲ କରିଥିବା ମେୱାଲାଲ ଚୌଧୁରୀ ଦୁର୍ନୀତି ମାମଲାରେ ଫସି ଶେଷରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଗତ ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ମେୱାଲାଲ ଚୌଧୁରୀ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହାର ଦିନକ ପରେ ନୀତୀଶ ସରକାରରେ ତାଙ୍କୁ ଶିକ୍ଷାମନ୍ତ୍ରୀ ପଦ ମିଳିଥିଲା।
୨୦୧୭ରେ ତାଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆସିଥିଲା। ଦୁର୍ନୀତି ମାମଲାରେ ଫସିଥିବା ଜଣେ ବ୍ୟକ୍ତିଙ୍କୁ କେମିତି ଏନଡିଏ ମନ୍ତ୍ରୀ କଲା, ତା\’କୁ ନେଇ ଚାରିଆଡ଼ୁ ପ୍ରଶ୍ନ ଉଠିଥିଲା। ବିବାଦ ତୀବ୍ର ହେବାରୁ ଆଜି ମେୱାଲାଲ ଚୌଧୁରୀ ଶପଥ ନେବାର ୩ ଦିନ ପରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି।

Leave A Reply

Your email address will not be published.