ରୋଚକ ମୋଡ଼ ରେ ବିହାର ନିର୍ବାଚନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିହାରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୨୮ ତାରିଖରେ ହେବାକୁ ଯାଉଛି । ଏଥିପାଇଁ ପ୍ରାର୍ଥିପତ୍ର ଦାଖଲ ମଧ୍ୟ ଆରମ୍ଭ ହୋଇ ଗଲାଣି । କିଛି କିଛି ସଂସ୍ଥା ନିର୍ବାଚନୀ ଫଳାଫଳ ନେଇ ପୂର୍ବାନୁମାନ କଲେଣି । ଏହି ପୂର୍ବାନୁମାନ ହିଁ ବିଜେପିକୁ ହରଡ଼ଘଣାରେ ପକାଇଛି । ଦିବଂଗତ ନେତା ରାମବିଳାସ ପାଶୱାନଙ୍କ ଦଳ ରାଷ୍ଟ୍ରୀୟ ଲୋକ ଜନ ଶକ୍ତି ପାର୍ଟି(ଏଲଜେପି) ଅଲଗା ହୋଇ ଲଢିବା ବିଜେପିକୁ ଏତେଟା ଫାଇଦା ଦେଉନାହିଁ । କୌଣସି ମତେ ବିହାର ବିଧାନସଭାରେ ସର୍ବବୃହତ ଦଳ ଭାବେ ଉଭା ହେଲେ ବି ଏକାକୀ ସରକାର ଗଢିବାର ସାମର୍ଥ୍ୟ ଭାଜପା, ଜେଡିୟୁ କିମ୍ବା ଆରଜେଡି ପାଖରେ ନାହିଁ । ତେଣୁ ପ୍ରାଥମିକ ଭାବେ ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ଆସିଥିବା ଏକ ଜନମତ ସର୍ଭେରେ ଝୁଲା ବିଧାନସଭାର ସୂଚନା ଆସିଛି । ଯାହା ବିଜେପିକୁ ହରଡ଼ଘଣାରେ ପକାଇଛି । ଏକୁଟିଆ ଭାବେ ବିଜେପି ଯଦି ଅଧିକ ସିଟ୍ ପାଇଲେ ବି ଜଣେ ସହଯୋଗୀ ଲୋଡା । ସେହି ନ୍ୟାୟରେ ଏଲଜେପି ଅପେକ୍ଷା ନୀତିଶଙ୍କ ଦଳର ସମ୍ଭାବନା ଅଧିକ ରହିଛି । ତେଣୁ ତୃଣମୂଳସ୍ତରରେ ବିଜେପି ଯେ ଜେଡିୟୁ ବିରୋଧୀ ଏବଂ ନୀତିଶଙ୍କ ପ୍ରଭୁତ୍ୱକୁ କ୍ଷୁର୍ଣ୍ଣ କରିବାକୁ ଚାହୁଁଛି, ସେ ବାର୍ତ୍ତା କିପରି ପ୍ରଚାର ନ ହେବ, ସେଥିପ୍ରତି ଧ୍ୟାନ ଦେଉଛି ।

Barta
Sikhsya

Leave A Reply

Your email address will not be published.