ବିହାର ଏନଡିଏ ଗୁମର କଥା : ନୀତୀଶଙ୍କ କଥା ରଖିଲାନି ବିଜେପି

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ବିହାର ନିର୍ବାଚନରେ ଏନଡିଏକୁ ଜନାଦେଶ ମିଳିଛି। ଏହାପରେ ଏନଡିଏ ସରକାର ଗଢ଼ିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଏନଡିଏ ବୈଠକରେ ଜେଡିୟୁ ସୁପ୍ରିମୋ ନୀତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା କରାଯାଇଛି। ରାଜ୍ୟପାଳଙ୍କୁ ଭେଟି ସରକାର ଗଢ଼ିବା ପାଇଁ ନୀତୀଶ ଦାବି କରିଛନ୍ତି। ସୋମବାର ଜେଡିୟୁ ସୁପ୍ରିମୋ ବିହାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାକୁ ଯାଉଛନ୍ତି ।ଏନଡିଏ ବୈଠକରେ ହୋଇଥିବା ଆଲୋଚନା ଏବେ ସମସ୍ତଙ୍କୁ ଚକିତ କରିଛି। ଏହି ବୈଠକରେ ବିଜେପିର ପର୍ଯ୍ୟବେକ୍ଷକ ଭାବରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଯୋଗ ଦେଇଥିଲେ। ତାଙ୍କ ଆଗରେ ମୁଖ୍ୟମନ୍ତ୍ରୀ ହେବାକୁ ନୀତୀଶ ସିଧାସିଧା ମନା କରି ଦେଇଥିଲେ।

ସୂଚନାଯୋଗ୍ୟ, ଏନଡିଏ ବିଧାୟକ ପାର୍ଟି ବୈଠକରେ ନୀତୀଶ କୁମାର ସମସ୍ତ ବିଧାୟକଙ୍କ ସାମ୍ନାରେ କହିଥିଲେ ଯେ ମୁଁ ବିଜେପିକୁ କହିଥିଲି ମୁଖ୍ୟମନ୍ତ୍ରୀ ଚେହେରା ବିଜେପିରୁ ହେବା ଦରକାର। କାରଣ ଏନଡିଏରେ ବିଜେପିକୁ ଅଧିକ ଆସନ ମିଳିଛି। ହେଲେ ବିଜେପି ପ୍ରସ୍ତୁତ ନୁହେଁ। ଆମେ କେବଳ ବିଜେପିର ଆଦେଶ ପାଳନ କରୁଛୁ ବୋଲି ସେ କହିଥିଲେ। ହେଲେ ବିଜେପି ନୀତୀଶଙ୍କ ଏହି ପ୍ରସ୍ତାବରେ ରାଜି ହୋଇନଥିଲା। କାରଣ ବିହାରରେ ନୀତୀଶ କୁମାରଙ୍କ ନେତୃତ୍ୱରେ ଏନଡିଏ ସରକାର ଗଠନ କରିବ। ବିହାର ନିର୍ବାଚନ ଫଳାଫଳ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହି ସାରିଛନ୍ତି। ନୀତୀଶଙ୍କ ନେତୃତ୍ୱରେ ଏନଡିଏ ପ୍ରତିଶ୍ରୁତି ପୂରଣ କରିବ ବୋଲି ମୋଦି କହିଥିଲେ। ଆମେ ସମସ୍ତେ ନୀତୀଶଙ୍କ ନେତୃତ୍ୱକୁ ସମର୍ଥନ କରୁଛୁ ବୋଲି ସେ କହିଥିଲେ।

Leave A Reply

Your email address will not be published.