ସପ୍ତମଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନୀତିଶ କୁମାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିହାର ବିଧାନସଭାର ୨୪୩ ଟି ଆସନର ଫଳାଫଳ ପ୍ରକାଶ ପାଇଛି । ବିହାରରେ ମଧ୍ୟରାତ୍ରିରେ ନିର୍ବାଚନ ଚିତ୍ର ସ୍ପଷ୍ଟ ହୋଇଥିଲା । ଚଳିତ ନିର୍ବାଚନରେ କଡା ମୁକାବିଲା ସତ୍ତ୍ୱେ ଏନଡିଏ ଝୁଲାରେ ୧୨୫ ଟି ବିଧାନସଭା ଆସନ ପଡିଥିବା ବେଳେ ପ୍ରାରମ୍ଭିକ ଗଣତିରେ ଆଗୁଆ ଥିବା ସତ୍ତ୍ୱେ ଯୁଦ୍ଧରେ ମହାମେଣ୍ଟ ୧୧୦ ଟି ଆସନରେ ବିଜୟ ଲାଭ କରିପାରିଛି । ନିର୍ବାଚନୀ ଫଳାଫଳ ଘୋଷଣା ପରେ ଏହା ସ୍ପଷ୍ଟ ହୋଇଯାଇଛି ଯେ ପୁଣି ଥରେ ବିହାରରେ ଏନଡିଏ ମେଣ୍ଟର ସରକାର ଗଠନ ହେବାକୁ ଯାଉଛି । ଏହି ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବିହାର ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବିହାର ନିର୍ବାଚନରେ ​​ଏନଡିଏର ଭଲ ପ୍ରଦର୍ଶନ ନେଇ ଦୁଇ ନେତା ମଙ୍ଗଳବାର ପରସ୍ପର ସହ ଆଲୋଚନା କରିଥିବା ନେଇ ସୂଚନା ଦେଇଛନ୍ତି ।

ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ ଏନଡିଏ ଏପର୍ଯ୍ୟନ୍ତ ୧୨୫ ଟି ଆସନ ଜିତିଛି। ମହାମେଣ୍ଟକୁ ୧୧୦ ଟି ସିଟ୍ ମିଳିଛି । ନିର୍ବାଚନ ଆୟୋଗର ସର୍ବଶେଷ ଧାରା ଅନୁଯାୟୀ, ଏନଡିଏ ମେଣ୍ଟ ମହାମେଣ୍ଟ ଠାରୁ ଆଗୁଆ ରହିଛି ଏବଂ ଏକ ସରଳ ସଂଖ୍ୟାଗରିଷ୍ଠତା ହାସଲ କରିଛି । ଫଳାଫଳରେ ଏନଡିଏ ୧୨୫ ଟି ସିଟ୍ ଜିତି ସରକାର ଗଠନ କରିବାକୁ ଯାଉଛି ।

ଏନଡିଏ ମେଣ୍ଟର ଆସନ ବିଷୟରେ କହିବାକୁ ଗଲେ ବିଜେପି ୭୪ ଟି ଆସନରେ ବିଜୟ ଲାଭ କରିଥିବାବେଳେ JDU ୪୩, VIP ୪ ଏବଂ ହାମ ଦଳ ୪ ଟି ଆସନରେ ବିଜୟ ଲାଭ କରିଛନ୍ତି | ମହାମେଣ୍ଟରେ ଆରଜେଡି ୭୬ ଟି ଆସନ ଜିତିଥିବାବେଳେ, କଂଗ୍ରେସ ୧୯ ଏବଂ ବାମପନ୍ଥୀ ଦଳ ୧୬ ଟି ସିଟ୍ ପାଇଛନ୍ତି ।

Leave A Reply

Your email address will not be published.