ଗୋଟିଏ ସ୍କୁଲ୍ ରେ ୨୨ ଛାତ୍ର ଓ ୩ ଶିକ୍ଷକ କରୋନା ପଜିଟିଭ୍

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିହାରର ମୁଙ୍ଗେର ରେ ୨୨ ଜଣ ଛାତ୍ର ଏବଂ ତିନିଜଣ ଶିକ୍ଷକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ଗୋଟିଏ ବିଦ୍ୟାଳୟର ବୋଲି ଜଣାପଡିଛି। ସେହି ବିଦ୍ୟାଳୟକୁ କଣ୍ଟେନମେଣ୍ଟ ଜୋନ୍ ବୋଲି ଘୋଷଣା କରିବା ସହିତ ଅନ୍ୟ ବିଦ୍ୟାଳୟର ପିଲାମାନଙ୍କର ମଧ୍ୟ କରୋନା ପରୀକ୍ଷା କରାଯିବ। ମୁଙ୍ଗେର ସିଏସ୍ ଅଜୟ କୁମାର ଭାରତୀ କହିଛନ୍ତି ଯେ, ବିଦ୍ୟାଳୟ ଖୋଲିବା ପରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସମେତ ମୋଟ ୭୫ଜଣ ଆସିଥିଲେ। ନିୟମିତ ଭା​‌ବେ ସେମାନଙ୍କର କରୋନା ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ୨୨ ଜଣ ଶିଶୁ ଏବଂ ତିନିଜଣ ଶିକ୍ଷକ ପଜିଟିଭ୍ ରିପୋର୍ଟ ଆସିଛି। ଏକ ଡାକ୍ତରୀ ଦଳ ଗଠନ କରାଯାଇ ସେମାନଙ୍କ ଚିକିତ୍ସା ଚାଲିଛି।

bjd
Sikshaya
ruchi

Leave A Reply

Your email address will not be published.