ବିହାରରେ ମତ ଗଣନା ଆରମ୍ଭ, ପୋଷ୍ଟାଲ ଭୋଟରେ ମହାମେଣ୍ଟ ଆଗରେ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବିହାରରେ ଆରମ୍ଭ ହୋଇଛି ମତଗଣନା। ମତଗଣନାରେ ପ୍ରଥମେ ପୋଷ୍ଟାଲ ଭୋଟର ଗଣତି ଚାଲିଛି। ପୋଷ୍ଟାଲ ଭୋଟରେ ଆଗରେ ୪ ଦଳକୁ ନେଇ ରାଷ୍ଟ୍ରୀୟ ଜନତା ଦଳ ନେତୃତ୍ୱରେ ଗଠିତ ମହାମେଣ୍ଟ ଆଗରେ ରହିଛି। ୩୭ ଆସନରେ ମହାମେଣ୍ଟ ଆଗରେ ଥିବା ବେଳେ ୧୮ ଆସନରେ ଏନଡିଏ ଆଗରେ ଅଛି ।ଅନ୍ୟପକ୍ଷରେ ଚିରାଗ ପାଶୱାନଙ୍କ ଲୋକ ଜନଶକ୍ତି ପାର୍ଟି ଏପର୍ଯ୍ୟନ୍ତ ଖାତା ଖୋଲି ପାରିନାହିଁ।
ସୂଚନାଯୋଗ୍ୟ ଯେ, ଏଗଜିଟ୍ ପୋଲରେ ତେଜସ୍ୱୀ ସରକାର ଗଢୁଥିବା ସଂକେତ ମିଳୁଛି । ବିହାର ଭୋଟର ଏଥର ନୀତିଶଙ୍କ ୧୫ ବର୍ଷର ଶାସନକୁ ପ୍ରତ୍ୟାଖାନ କରିଥିବା କୁହାଯାଉଛି ।

Leave A Reply

Your email address will not be published.