ବିଜେପିକୁ ବିଜୟ ଅଡୁଆ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ବିଜେପି ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ବିଜୟ କହିଛନ୍ତି ଯେ, ଶଙ୍କରାଚାର୍ଯ୍ୟ ଯାହା କହିଛନ୍ତି ତାହା ସତ। ବିଜେପି ୯ବର୍ଷ ମୋଟ ଶାସନ ରେ ଥିବା ବେଳେ କେତେଥର ରତ୍ନ ଭଣ୍ଡାର ଖୋଲା ଯାଇଛି। ଏଥିସହ ମୋଟ ସରକାର ବେଳେ କ’ଣ ସବୁ ସଂସ୍କାର ଅଣାଯାଇଥିଲା ତାହା ତଦନ୍ତ କମିଶନ ବସିଲେ ପଦାକୁ ଆସିବ।

ତେବେ ରତ୍ନ ଭଣ୍ଡାର ଚାବି ହଯିବା ନେଇ ବିଜେପି ରାଜ୍ୟ ବ୍ୟାପି ଆନ୍ଦୋଳନ କରୁଥିବା ବେଳେ ନିଜ ଦଳର ବରିଷ୍ଠ ନେତା ଏଭଳି ଉକ୍ତି ରଖିବା ନେଇ ରାଜନୀତି ସରଗରମ ହୋଇଛି। ଅପରପକ୍ଷରେ ମେଣ୍ଟ ସରକାର ସମୟରେ କଣ ସବୁ ସଂସ୍କାରମୂଳକ କାର୍ଯ୍ୟ କରାଯାଇଛି ତାର ଏକ ଲିଷ୍ଟ ଦେଇଛନ୍ତି ସେତେବେଳେର ଆଇନମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ।

Sikshaya
Leave A Reply

Your email address will not be published.