ଦିଲ୍ଲୀ ଗ୍ରସ୍ତରେ ବିଜୟ, ପାଟକୁରା ରାଜନୀତିରେ ହଲଚଲ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଦିଲ୍ଲୀରେ ବିଜେପିର ବରିଷ୍ଠ ନେତାଙ୍କୁ ଭେଟିଛନ୍ତି ବରିଷ୍ଠ ନେତା ତଥା ପାଟକୁରା ବିଜେପି ବିଧାୟକ ପ୍ରାର୍ଥୀ ବିଜୟ ମହାପାତ୍ର । ପାଟକୁରା ନିର୍ବାଚନ ପରିପ୍ରେକ୍ଷୀରେ ସେ ଦଳୀୟ ନେତାଙ୍କ ସହ ଆଲୋଚନା କରିଥିବା ଜଣାପଡିଛି । ବିଜୟଙ୍କ ଦିଲ୍ଲୀ ଗସ୍ତକୁ ନେଇ ପାଟକୁରାରେ ରାଜନୈତିକ ପାଣିପାଗ ଉଷ୍ମ ହୋଇଛି ।

ଅପରପକ୍ଷରେ ପାଟକୁରା ବିଧାନସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା କରିବା ନିମନ୍ତେ ସିଇଓଙ୍କଠାରୁ ମୁଖ୍ୟ ନିର୍ବାଚନ କମିଶନ ରିପୋର୍ଟ ମାଗିଥିବା ଜଣାପଡିଛି । ଏ ପର୍ଯ୍ୟନ୍ତ ନିର୍ବାଚନ ତାରିଖ ଘୋଷଣା ହୋଇ ନଥିବା ବେଳେ ୩ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ବିଧାୟକ ପ୍ରାର୍ଥୀ ଜୋରଦାର ପ୍ରଚାର ଚଳାଇଛନ୍ତି ।

ସୂଚନାଯୋଗ୍ୟ, ପାଟକୁରା ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁ ଯୋଗୁ ଏଠାରେ ନିର୍ବାଚନ ଘୁଞ୍ଚାଇ ଦିଆଯାଇଥିଲା । ମେ ୧୯ରେ ନିର୍ବାଚନ ହେବାକୁ ଥିବା ବେଳେ ମେ ୩ରେ ବାତ୍ୟା ଫନି ଯୋଗୁଁ ନିର୍ବାଚନ ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ କମିଶନଙ୍କୁ ନିବେଦନ କରିଥିଲେ । ନିର୍ବାଚନ କମିଶନ ମେ ୭ ତାରିଖରୁ ୬୦ ଦିନ ପର୍ଯ୍ୟନ୍ତ ନିର୍ବାଚନ ଘୁଞ୍ଚାଇ ଦିଆଯାଇଛି ।

Leave A Reply

Your email address will not be published.