ସମର୍ଥକଙ୍କ ଅଭିଯୋଗ, ପଦ୍ମ ଧରିବା ପରେ ପୁରୁଣା ସଂଗଠନ ଭୁଲିଛନ୍ତି ବିଜୟ ମହାପାତ୍ର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେପିରୁ ଇସ୍ତଫା ଦେବା ପରେ ୪ମାସ ବରିଷ୍ଠ ନେତା ବିଜୟ ମହାପାତ୍ର କୌଣସି ଦଳରେ ସାମିଲ ହୋଇ ନଥିଲେ । ମାତ୍ର ସେତେବେଳେ ମଧ୍ୟ ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରେ ବିଜୟଙ୍କର ସମର୍ଥକଙ୍କ ସଂଖ୍ୟା କମି ନଥିଲା । ତେବେ ଗତ କିଛି ଦିନ ତଳେ ପୁଣି ଥରେ ପଦ୍ମ ଧରିବା ପରେ ପୁରୁଣା ସଂଗଠନର କର୍ମକର୍ତ୍ତାଙ୍କୁ ସେ ଭୁଲି ଯାଇଛନ୍ତି ବୋଲି ବିଜୟଙ୍କ ସମର୍ଥକମାନେ ଅଭିଯୋଗ କରିଛନ୍ତି ।

ସୂଚନା ଅନୁଯାୟୀ, ଏକ ଖବରଦାତା ସମ୍ମିଳନୀରେ ସେମାନେ କହିଛନ୍ତି, ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ହଜାର ହଜାର ସମର୍ଥକଙ୍କୁ ଭୁଲି ବିଜୟ ପାଟକୁରା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି । ଏଥିସହ ମହାକାଳପଡ଼ା ପାଇଁ ଜଣେ ଅଯୋଗ୍ୟ ପ୍ରାର୍ଥୀଙ୍କୁ ବିଜେପି ଟିକେଟ ଦେଇଛି । ବିଜୟଙ୍କୁ ପାଟକୁରାରେ ପ୍ରାର୍ଥୀ କରିବା ଓ ମହାକାଳପଡ଼ାରେ ବିଜୟ ପ୍ରଧାନଙ୍କୁ ଟିକେଟ ଦିଆଯିବା ପଛରେ ବିଜେପି ଏମପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ହାତ ରହିଥିବା ସେମାନେ ଅଭିଯୋଗ କରିଛନ୍ତି । ତେବେ ମହାକାଳପଡ଼ାରେ ପ୍ରାର୍ଥୀ ବଦଳା ନ ଗଲେ ବିଜୟ ପ୍ରଧାନ ଓ ଏମପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ବିରୋଧ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.