ବିଜୟ ମହାପାତ୍ର ବ୍ୟାକ ଟୁ ବିଜେପି

0

ଓଡ଼ିଶା ଫାଷ୍ଟ(ଜିତେନ୍ଦ୍ର ମହାନ୍ତି): ବିଜେପିକୁ ଫେରିଲେ ବିଜୟ । ଆଜି ବିଜୟଙ୍କ ଘରେ ବୈଜୟନ୍ତ ପଣ୍ଡା ଓ ରାଜ୍ୟ ପ୍ରଭାରୀ ଅରୁଣ ସିଂ ଙ୍କ ସହ ଦୀର୍ଘ ଦୁଇଘଣ୍ଟା ରୁଦ୍ଧଦ୍ୱାର ବୈଠକ ପରେ ମାନିଯାଇଛନ୍ତି ବିଜୟ । ବିଜେପିର ମୁଖଶାଳା ବଡ଼ ମନ୍ଦିର ଛୋଟ କହି ଦିନେ ଦୁରେଇ ଯାଇଥିଲେ ବଜିୟ ମହାପାତ୍ର ଆଜି ସେଇ ବିଜୟ ପୁଣି ବିଜେପିକୁ ଫେରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ବିଜୟ ମହାପାତ୍ର ଆଜି ବିଜେପିକୁ ଫେରିଛନ୍ତି ଏବଂ ଚଳିତ ନିର୍ବାଚନ ରେ ପଟକୁରାରୁ ବିଧାନସଭା ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଛି । କିଛିଦିନ ତଳେ କେବି ସିଂଦେଓ ଏବଂ ବୈଜୟନ୍ତ ପଣ୍ଡା ତାଙ୍କ ଘରକୁ ତାଙ୍କୁ ବୁଝାସୁଝା କରିଥିଲେ ଏବଂ ଆଜି ବୈଜୟନ୍ତ ପଣ୍ଡା ଓ ରାଜ୍ୟ ପ୍ରଭାରୀ ଅରୁଣ ସିଂ, ବିଜୟଙ୍କ ସହ ଦୀର୍ଘ ଦୁଇଘଣ୍ଟା ଆଲୋଚନା କରିବାପରେ ନିଜର ସବୁ ମାନ ଅଭିମାନ ଭୁଲି ବିଜେପିକୁ ଫେରିଲି ବୋଲି କହିଛନ୍ତି ବିଜୟ । ଏହାପୂର୍ବରୁ ମଧ୍ୟ ବିଭିନ୍ନ ସ୍ତରରେ ଆଲୋଚନା ଚାଲିଥିଲା । (ଏହି ଖବର ଓଡ଼ିଶା ଫାଷ୍ଟ ରେ ସର୍ବପ୍ରଥମେ ପ୍ରକାଶିତ ହୋଇଥିଲା)

Leave A Reply

Your email address will not be published.