ସଞ୍ଜୟଙ୍କୁ ସମର୍ଦ୍ଧିତ କଲେ ବିଜୁ ଯୁବ ଜନତାଦଳ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ବିଧାନସଭାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବ୍ରହ୍ମଗିରିର ମାନ୍ୟବର ବିଧାୟକ ତଥା ପୁର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍କଳମଣି ଗୋପବନ୍ଧୁ ସମ୍ମାନରେ ସମ୍ମାନୀତ କରିଛନ୍ତି । ସଞ୍ଜୟ କୁମାର ଦାସବର୍ମାଙ୍କୁ ଏହି ସମ୍ମାନ ୨୦୦୯ ମସିହାରେ ଦଳରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ନିର୍ବାହ କରିଥିବାରୁ ଦିଆଯାଇଛି । ନିଜ ଅଞ୍ଚଳର ବିକାଶ ଓ ଦଳ ପ୍ରତି ତାଙ୍କ ନିଷ୍ଠାକୁ ଦୃଷ୍ଟିରେ ରଖି ରାଜ୍ୟ ବିଜୁ ଯୁବ ଜନତା ଦଳ ତରଫରୁ, ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଦାୟିତ୍ବରେ ଥିବା ବିଧାୟକ ସଞ୍ଜୟ କୁମାର ଦାସବର୍ମାଙ୍କୁ ସମର୍ଦ୍ଧିତ କରାଯାଇଛି । ବର୍ତ୍ତମାନ ସଞ୍ଜୟ ବିଧାନସଭା ଏଷ୍ଟିମେଟ କମିଟିର ଚେୟାରମ୍ୟାନ ଭାବରେ କାର୍ଯ୍ୟ ତୁଲାଉଛନ୍ତି । ଶ୍ରୀ ଦାସବର୍ମା ପୂର୍ବରୁ ବିଧାନସଭାରେ ବହୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ମଧ୍ୟ ଭାଗ ନେଇଥିବାର ନଜିର ଅଛି।

Leave A Reply

Your email address will not be published.