ଓଡ଼ିଶା ଫାଷ୍ଟ(ବ୍ୟୁରୋ):କରୋନା କଟକଣା ପରେ ପୁଣି ଟ୍ରାଫିକ ନିୟମ ଲାଗୁ ହୋଇଛି। ନୂତନ ମୋଟର ଯାନ ଆଇନକୁ ରାଜ୍ୟରେ ଲାଗୁ କରାଯାଇଥିବାବେଳେ ବାଇକ ଆରୋହୀଙ୍କ ପାଇଁ ଏକ ନୂଆ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ଏଣିକି ଚାଳକ ସହିତ ପଛରେ ବସିଥିବା ବ୍ୟକ୍ତିଙ୍କୁ ମଧ୍ୟ ପିନ୍ଧିବାକୁ ପଡ଼ିବ ହେଲମେଟ। ଯଦି କେହି ଏହି ନିୟମର ଉଲ୍ଲଂଘନ କରନ୍ତି ତେବେ ଉକ୍ତ ଗାଡ଼ି ଚାଳକର ଡ୍ରାଇଭିଂ ଲାଇସେନ୍ସକୁ ବାତିଲ କରିଦିଆଯିବ। ଏନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସଟିଏ) ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।
ଏଥିସହିତ ହେଲମେଟ ପିନ୍ଧି ନିଜର ସୁରକ୍ଷା କରିବାକୁ ଏସଟିଏ ପକ୍ଷରୁ କୁହାଯାଇଛି।