ଖୁବ ଶୀଘ୍ର ମା’ ହେବେ ଵିପାଶା

0

ବଲିଉଡ ଅଭିନେତ୍ରୀ ବିପାଶା ବସୁ ଖୁବ ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଠିକ ଶୁଣିଲେ, ବିପାଶା ଏବଂ ପାଟି କରଣ ସିଂ ଗ୍ରୋଭରଙ୍କ ଜୀବନରେ ଜଣେ ନୂଆ ଅତିଥି ଆସୁଛନ୍ତି | ତେବେ କିଛି ଦିନ ହେବ ଏହି ଖବରକୁ ନେଇ ଚର୍ଚ୍ଚା ଲାଗିରହିଥିବାବେଳେ ଆଜି ବିପାଶା ବସୁ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଗର୍ଭବତୀ ଥିବା ଖବରକୁ ନିଶ୍ଚିତ କରିଛନ୍ତି।

ବିପାଶା ନିଜ ଇନଷ୍ଟାଗ୍ରାମରେ ୨ଟି ଫଟୋ ସେୟାର କରି ନିଜ ମା’ ହେବା ଖବରକୁ କନଫର୍ମ କରିଛନ୍ତି । ଫଟୋରେ ବିପାଶାଙ୍କ ଵେବି ବମ୍ପ ଦେଖିବାକୁ ମିଳୁଛି ଓ ଏଥିସହ ପତି କରଣଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଉଭୟ ଵେବି ବମ୍ପ ସହ ୨ଟି ରୋମାଣ୍ଟିକ ଫଟୋ ସେୟାର କରିଛନ୍ତି l

SOA post below
Leave a comment