ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ଯାଇନି ପୁଣି ବାର୍ଡ଼ଫ୍ଲୁ ସଙ୍କଟ ଦେଖାଦେଲାଣି। ଏନେଇ କେନ୍ଦ୍ର ପରିବେଶ ମନ୍ତ୍ରାଳୟ ସବୁ ରାଜ୍ୟ ମୁଖ୍ୟ ସଚିବ ଓ ମୁଖ୍ୟ ବନ୍ୟଜୀବ ୱାଡେର୍ନଙ୍କୁ ଚିଠି ଲେଖି ସ୍ୱାଇନ୍ ଫ୍ଲୁ (H5N1) ପାଇଁ ରାଜ୍ୟ ସ୍ତରୀୟ ମନିଟରିଂ କମିଟି ଗଠନ କରିବାକୁ କହିଛନ୍ତି। ପଶୁପାଳନ ବିଭାଗ ଦ୍ୱାରା କୌଶଳ ପ୍ରଶିକ୍ଷଣରେ ଅଂଶଗ୍ରହଣ କରିବାକୁ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି । ଏହାସହ ପ୍ରବାସୀ ପକ୍ଷୀମାନଙ୍କର ମୃତ୍ୟୁ ସେମାନଙ୍କ ସଂଖ୍ୟା ଏବଂ କାରଣ (ବାର୍ଡ ଫ୍ଲୁ) ପରିବେଶ ମନ୍ତ୍ରଣାଳୟକୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ନମୁନା ଓ ଟେଷ୍ଟିଙ୍ଗ ରିପୋର୍ଟ ସଂଗ୍ରହ କରି ଡିସପାଚ ପାଇଁ ସ୍ଥାନୀୟ ପଶୁ ଚିକିତ୍ସା ବିଭାଗ ସହ ସମ୍ପର୍କ କରିବାକୁ ମନ୍ତ୍ରାଳୟ କହିଛି।
ପରିବେଶ ମନ୍ତ୍ରାଳୟ ସବୁ ରାଜ୍ୟରେ ପ୍ରବାସୀ ପକ୍ଷୀମାନଙ୍କ ଉପରେ ନଜର ରଖିବାକୁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରବାସୀ ପକ୍ଷୀମାନଙ୍କର ନମୁନା ସଂଗ୍ରହରେ ରାଜ୍ୟ ପଶୁ ଚିକିତ୍ସା ବିଭାଗ ସହିତ ସହଯୋଗ କରିବେ।