ୟୁପିଏସସିରେ କୃତକାର୍ଯ୍ୟ ହୋଇଥିବା ବିଶ୍ୱରଞ୍ଜନଙ୍କୁ ବିଧାୟକ ସୁଶାନ୍ତ ରାଉତ, ପୂର୍ବତନ କର୍ପୋରେଟର ଅମରେଶ ଜେନାଙ୍କ ସମ୍ବର୍ଦ୍ଧନା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨୦୧୯ ୟୁପିଏସସି ଦ୍ୱାରା ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷାରେ ୮୨୯ଜଣ କୃତକାର୍ଯ୍ୟ ହୋଇଛନ୍ତି । ଭୁବନେଶ୍ୱର ୱାର୍ଡ ନଂ ୧୪ ନୀଳାଦ୍ରି ବିହାର ଅଞ୍ଚଳର ବିଶ୍ୱରଞ୍ଜନ ୧୮୨ ସ୍ଥାନ ଅଧିକୃତ କରିଛନ୍ତି । ବିଶ୍ୱରଞ୍ଜନଙ୍କ ସଫଳତା ପରେ ତାଙ୍କୁ ଅଭିନନ୍ଦନ ଜଣାଇବାକୁ ଉତ୍ତର ବିଧାୟକ ସୁଶାନ୍ତ ରାଉତ, ପୂର୍ବତନ କର୍ପୋରେଟର ଅମରେଶ ଜେନା ପ୍ରମୁଖ ତାଙ୍କ ଘରକୁ ଯାଇଥିଲେ ।ବିଶ୍ୱରଞ୍ଜନଙ୍କ ବାପା ବେଣୁଧର ଭୋଳ ଏବଂ ମାଆ ମିନତୀ ଭୋଳ ସିଲେଇ କରି ପରିବାରର ପ୍ରତିପୋଷଣ କରନ୍ତି । ସେହି ସିଲେଇ ଟଙ୍କାରୁ ମଧ୍ୟ ବିଶ୍ୱରଞ୍ଜନଙ୍କ ପାଠପଢ଼ାରେ ଖର୍ଚ୍ଚ କରୁଥିଲେ ।

ପ୍ରତି ମାଆ ବାପା ଚାହାନ୍ତି ତାଙ୍କ ସନ୍ତାନ ଜୀବନରେ ବହୁ ସଫଳତା ପାଉ । ସେହିପରି ଗରିବ ହେଉ କିମ୍ବା ଧନୀ ସବୁ ମାଆ ବାପାଙ୍କ ଏହା ଏକ ବଡ଼ ସ୍ୱପ୍ନ ଥାଏ ଯେ ତାଙ୍କ ସନ୍ତାନ ସୁନାମ ଅର୍ଜନ କରୁ । କେବଳ ଧନୀ ନୁହେଁ ଗରିବ ହେଲେ ବି କଠିନ ପରିଶ୍ରମ ଦ୍ୱାରା ସଫଳତା ହାସଲ କରିହୁଏ ଏହାକୁ ପ୍ରମାଣିତ କରି ଦେଖେଇଛନ୍ତି ବିଶ୍ୱରଞ୍ଜନ । ବିଶ୍ୱରଞ୍ଜନ ଆଇଏଏସ ପାଇବା ପରେ ରାତିଦିନ ଏକ କରି ପୁଅକୁ ପାଠପଢ଼ାଉଥିବା ମାଆଙ୍କ ଗୋଡ଼ ତଳେ ଲାଗୁ ନାହିଁ ।

Leave A Reply

Your email address will not be published.