ବିଜେବି ଫ୍ରେଣ୍ଡସ୍ ଆଲୁମୁନି ମିଟ୍ ୨୦୧୯

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେବି କଲେଜର ପୂର୍ବତନ ଛାତ୍ରଛାତ୍ରୀମାନଙ୍କର ସଂଗଠନ ବିଜେବି ଫ୍ରେଣ୍ଡସ୍ ଡିସେମ୍ବର ୨୨ ତାରିଖରେ କ୍ୟାମ୍ପସରେ ବାର୍ଷିକ ସମ୍ମିଳନୀର ଆୟୋଜନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଯୋଗଦାନ ନିମନ୍ତେ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା କୃଷି ଓ କୃଷକ ସଶକ୍ତିକରଣ ସତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ ବିଭାଗୀୟ ମନ୍ତ୍ରୀ ଅରୁଣ କୁମାର ସାହୁ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ପବ୍ଲିକ ଏନ୍ଟରପ୍ରାଇଜ୍, ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଆସୋସିଏସନ୍ ପକ୍ଷରୁ ଅନୁରୋଧ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ତିନିଜଣ ପୂର୍ବତନ ଛାତ୍ର ଭାରତ ସରକାରଙ୍କ ଡିଆଇପିପି ବିଭାଗର ସେକ୍ରେଟାରୀ, ଆଇଏଏସ୍ ଡ଼ ଗୁରୁ ପ୍ରସାଦ ମହାପାତ୍ର, ରାଜ୍ୟସଭା ସଦସ୍ୟ ସମ୍ବିତ୍ ପାତ୍ର, ରାଜ୍ୟସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ସେକ୍ରେଟାରୀ, ଆଇଏଏସ୍ ସାଶ୍ୱତ ମିଶ୍ର ଆଦି ଯୋଗ ଦେବାର ଆଶା ରହିଛି । ୨୨ତାରିଖର ଆଲୁମିନି ମିଟ୍ ୨୦୧୯ର କାର୍ଯ୍ୟାବଳୀ:

୧. ବରୁଣେଇଠାରୁ ବକ୍ସିଜ୍ୟୋତି ର‌୍ୟାଲି
୨. କଲେଜ ପରିସରରେ ଥିବା ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ
୩. ସଦସ୍ୟମାନଙ୍କ ପଞ୍ଜିକରଣ
୪. ଚା ବିରତି
୫. ସଭାର ଉଦଘାଟନ
୬. ଦିବଙ୍ଗତ ସଦସ୍ୟମାନଙ୍କ ପାଇଁ ଏକ ମିନିଟର ନିରବ ପ୍ରାର୍ଥନା
୭. ଆଲୁମିନି ସ୍ପିକ୍/ ପୂର୍ବତନ ଛାତ୍ରଛାତ୍ରୀମାନଙ୍କ ଅଭିଭାଷଣ
୮. ସୋଭେନିୟର ଉନ୍ମୋଚନ
୯. ଅତିଥିମାନଙ୍କ ଅଭିଭାଷଣ
୧୦. ପୁରସ୍କାର ବିତରଣ
୧୧. ସାଂସ୍କୃତିକ କାର୍ଯ୍ୟକ୍ରମ
୧୨. ମଧ୍ୟାନ୍ନ ଭୋଜନ
୧୩. ଲକି ଡ୍ର ଏବଂ ଉଦ୍ଯାପନ ଉତ୍ସବ

୨୦୧୯ର ମସିହାରେ ଆଲୁମିନ୍ ଆସୋସିଏନ୍ ପକ୍ଷରୁ କରାଯାଇଥିବା କାର୍ଯ୍ୟାବଳୀ:

୧. କଲେଜ ପରିସରରେ ବୃକ୍ଷରୋପଣ
୨. ରକ୍ତ ଶିବିର
୩. ଇନ୍ଟର କଲେଜ କୁଇଜ୍ ପ୍ରତିଯୋଗୀତା
୪. କଲେଜର ଛାତ୍ରଛାତ୍ରୀମାନଙ୍କୁ ସ୍ୱଚ୍ଛଜଳ ପ୍ରଦାନ କରିବା ନିମନ୍ତେ ୭ଟି ବ୍ଲକରେ ୭ଟି ଆକ୍ୱାଗାର୍ଡ ସ୍ଥାପନା
୫. ଇିଜ୍ଞାନ, ବାଣିଜ୍ୟ ଓ କଳା ସ୍ନାତକ ଶ୍ରେଣୀର ଟପରସ: ଯୁକ୍ତଦୁଇ ଶ୍ରେଣୀର ବିଜ୍ଞାନ, ବାଣିଜ୍ୟ ଓ କଳାକ୍ଷେତ୍ରରେ ଟପରସ୍ (୨୦୧୯ ବ୍ୟାଚ୍), ବେଷ୍ଟ ଅଲରାଉଣ୍ଡର ଛାତ୍ର ଓ ଛାତ୍ରୀ ବିଭାଗ (୨୦୧୮-୧୯)ଙ୍କୁ ସମ୍ମାନିତ କରିବା ।

ଆଲୁମୁନି ଆସୋସିଏସନ୍ ଭବିଷ୍ୟତ ଗଠନ ଯୋଜନା:

୧. କଲେଜ ପରିସରରେ ଆଲୁମୁନି ଆସୋସିଏସନ୍ ଗଠନ ନିର୍ମାଣ
୨. କଲେଜ ପରିସରରେ ଡିସପେନସରି ନିର୍ମାଣ
୩. କଲେଜ କର୍ତୁପକ୍ଷଙ୍କ ସହ ମିଳିତ ଭାବେ ଶିକ୍ଷାଗତ କାର୍ଯ୍ୟକ୍ରମକୁ ସଶକ୍ତ କରିବା
୪. କଲେଜ କର୍ତୁପକ୍ଷଙ୍କ ସହ ମିଳିତ ଭାବେ ଲାଇବ୍ରେରୀର ଉନ୍ନତିକରଣ
୫. କଲେଜରେ ଖେଳ କାର୍ଯ୍ୟକ୍ରମ
୬. ଛାତ୍ରଛାତ୍ରୀ ସେମାନଙ୍କ ଭବିଷ୍ୟତ ନିର୍ମାଣ କରିବା କ୍ଷେତ୍ରରେ ପ୍ରୋତ୍ସାହିତ କରିବା
୭. କଲେଜର ସାର୍ବଙ୍ଗିକ ବିକାଶ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା

Leave A Reply

Your email address will not be published.