ବିଜୁ ଛାତ୍ର ଜନତା ଦଳର ମାଲକାନଗିରି ଓ କୋରାପୁଟ ଜିଲ୍ଲାର ନୂତନ ଜିଲ୍ଲା କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଦଳର ଛାମୁଆ ଛାତ୍ର ସଂଗଠନକୁ ସୁଦୃଢ ଓ କ୍ରିୟାଶୀଳ କରିବା ପାଇଁ ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ମାଲକାନଗିରି ଓ କୋରାପୁଟ ଜିଲ୍ଲା ର ନୂତନ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ଏହି କମିଟିରେ ଜିଲ୍ଲାର ସଂଗ୍ରାମୀ ଛାତ୍ର ନେତା ମାନଙ୍କୁ ସାମିଲ କରାଯାଇଛି।
ଏହା ସହିତ ନୂତନ ଜିଲ୍ଲା କମିଟିରେ ଜିଲ୍ଲା ସଭାପତି ସମେତ ୧୦ ଜଣ ଜିଲ୍ଲା ଉପସଭାପତି,୧୦ ଜଣ ଜିଲ୍ଲା ସାଧାରଣ ସମ୍ପାଦକ,୨୦ ଜଣ ସମ୍ପାଦକ ଏବଂ ୨ ଜଣ ସୋସିଆଲ ମିଡିଆ କୋଡିନେଟ୍ ର ଭାବେ ନିଯୁକ୍ତି ପାଇଛନ୍ତି ବୋଲି ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ସୂଚନା ଦେଇଛନ୍ତି। ଏହି ନୂତନ କମିଟି ଫଳରେ ଛାତ୍ର ସମାଜର ରାଜନୈତିକ କ୍ରିୟାଶୀଳ ତାରେ ବିଶେଷ ଯୋଗଦାନ ହୋଇପାରିବ।

bjd
Sikshaya
ruchi

Leave A Reply

Your email address will not be published.