‘କିଛି ଶକ୍ତି ରାଜ୍ୟର ଅଧିକାରକୁ ସଙ୍କୁଚିତ କରିବାକୁ ଚେଷ୍ଟା କରୁଛନ୍ତି’

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କିଛି ଶକ୍ତି ରାଜ୍ୟର ଅଧିକାରକୁ ସଙ୍କୁଚିତ କରିବାକୁ ଚେଷ୍ଟା କରୁଛନ୍ତି। ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ସରକାର ରାଜ୍ୟମାନଙ୍କର ସହଯୋଗୀତରେ ଚାଲିବା ଦରକାର। ହେଲେ ବର୍ତ୍ତମାନ କିଛି ଶକ୍ତି ରାଜ୍ୟର ଅଧିକାରକୁ ସଙ୍କୁଚିତ କରିବାକୁ ଚେଷ୍ଟା କରୁଛନ୍ତି। ତେଣୁ ଆମେ ସଂକଳ୍ପ ନେଇଛୁ ସେମାନଙ୍କୁ ସାମ୍ନା କରିବା ପାଇଁ ଆମେ ‘ଆମ ସଙ୍ଗଠନ’କୁ ଆହୁରି ଶକ୍ତିଶାଳୀ କରିବୁ । ବିଜେପି ନାମ ନ ନେଇ ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା ଓ ପ୍ରସନ୍ନ ଆଚାର୍ଯ୍ୟ ଏଭଳି ଢଙ୍ଗରେ ଆଟାକ୍ କରିଥିଲେ।

କେନ୍ଦ୍ରର ବାଧା ସତ୍ତ୍ୱେ ବିକାଶପାଇଁ ବିଜେଡି ସଂକଳ୍ପବଦ୍ଧ। କେନ୍ଦ୍ର ଅବହେଳାକୁ ନେଇ ଲଢେଇ ଜାରି ରହିବ। ସଙ୍ଗଠନକୁ ତୃଣମୂଳସ୍ତରରୁ ଶକ୍ତିଶାଳୀ କରିବା ପାଇଁ ଆମେ ସଂକଳ୍ପବଦ୍ଧ। ପ୍ରବାସୀ ଓଡ଼ିଆଙ୍କୁ ଦଳର ସଦସ୍ୟତା ପାଇଁ ଅନଲାଇନ ପ୍ଲାଟଫର୍ମ ଯୋଗାଇ ଦିଆଯିବ। ଓଡ଼ିଶାର ସ୍ୱାଭିମାନ ଓ ସ୍ୱାର୍ଥ ଆମର ପ୍ରାଥମିକତା । କେନ୍ଦ୍ରରେ ଥିବା କିଛି ଦଳ ଆମ ଭଳି ଆଞ୍ଚଳିକ ଦଳର ପ୍ରାସଙ୍ଗିକତା ନଷ୍ଟକରିବାକୁ ଚେଷ୍ଟାକରୁଛନ୍ତି । କୃଷି ଓ କୃଷକର ଉନ୍ନତି ପାଇଁ ଆମର ସଂଗ୍ରାମ ଜାରି ରହିଛି ଓ ରହିବ । ଦଳକୁ ଆଗାମୀ ଦିନରେ କେମିତି ସୁଦୃଢ଼ କରାଯିବ, ସାଙ୍ଗଠନିକ ବିସ୍ତାର କରାଯିବ ତାହାକୁ ଆଧାର କରି ପ୍ରସ୍ତାବ ଗ୍ରହଣ କରାଯାଇଛି । ରାଜ୍ୟକୁ ସ୍ୱତନ୍ତ୍ର ବିକଶିତ ରାଜ୍ୟପାଇଁ ସଂଗ୍ରାମ କରାଯିବ।

Leave A Reply

Your email address will not be published.