ପାଟକୁରା ନିର୍ବାଚନ ପାଇଁ ବିଜେଡି ସଂଯୋଜକ ନିଯୁକ୍ତ କଲା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାଟକୁରା ନିର୍ବାଚନ ପାଇଁ ଆଉ ମାତ୍ର କେଇଟା ଦିନ ବାକି ରହିଲା । ତେଣୁ ବିଜେଡି ଓ ବିଜେପି ଏହି ଆସନକୁ ନିଜ ଅକ୍ତିଆର କରିବାକୁ ପୁରା ଦମ ଲଗାଇ ଦେଇଛନ୍ତି । ଅସନ୍ତୁଷ୍ଟ ନେତାଙ୍କୁ ମନାଇବାକୁ ବିଭିନ୍ନ ଦାୟିତ୍ୱ ମଧ୍ୟ ପ୍ରଦାନ କରାଯାଉଛି । ସେହିପରି ବିଜେଡି ଆଜି ପାଟକୁରା ନିର୍ବାଚନ ପାଇଁ ସଂଯୋଜକ ନିଯୁକ୍ତ କରିଛି । ବିଜେଡି ଏହି ଦାୟିତ୍ୱ କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ାଙ୍କ ଉପରେ ନ୍ୟସ୍ତ କରିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶ୍ରୀ ପରିଡାଙ୍କୁ ଆଜି ସଂଯୋଜକ ପଦ ନ୍ୟସ୍ତ କରିଥିବା ଦଳର ସାଧାରଣ ସମ୍ପାଦକ ବିଜୟ ନାୟକ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ା ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗଦେଇଥିଲେ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିରେ ଯୋଗଦାନ କରିଥିଲେ । ପାଟକୁରା ବିଧାନସଭା ନିର୍ବାଚନରେ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

ବିଜେପିର ପ୍ରଚାର ମଙ୍ଗ ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ, ସମ୍ବିଦ ପାତ୍ର, ବିଜେପି ପ୍ରାର୍ଥୀ ନିଜେ ବିଜୟ ମହାପାତ୍ର ଓ ଅନେକ ବରିଷ୍ଠ ନେତାଙ୍କୁ ଦିଆଯାଇଥିବା ବେଳେ ବିଜେଡିର ୧୦ରୁ ଉର୍ଦ୍ଧ ମନ୍ତ୍ରୀ ଓ ଅନେକ ବିଧାୟକ ପାଟକୁରାରେ ରହି ଭୋଟର ମାନଙ୍କୁ ମନାଇବାକୁ ଚେଷ୍ଟା ଚଳାଇଛି ।

Leave A Reply

Your email address will not be published.