ଛିଣ୍ଡିଲା ଅଙ୍କ, ବ୍ୟୋମକେଶଙ୍କୁ ଯୁବ, ଦେବୀରଞ୍ଜନଙ୍କୁ ମିଳିଲା ଛାତ୍ର ବିଜେଡ଼ି ସଭାପତି ଦାୟିତ୍ୱ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅନେକ ଦିନର ଅପେକ୍ଷା ପରେ ବିଜୁ ଜନତା ଦଳର ଯୁବ ଓ ଛାତ୍ର ସଭାପତି ଅଙ୍କ ଛିଣ୍ଡିଛି । ଚାନ୍ଦବାଲି ବିଧାୟକ ବ୍ୟୋମକେଶ(ବାପି) ରାୟ ବିଜୁ ଯୁବ ଜନତା ଦଳର ସଭାପତି ଭାବେ ମନୋନୀତ ହୋଇଥିଲା ବେଳେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ(ଟୁବୁ) ବିଜୁ ଛାତ୍ର ଜନତା ଦଳର ସଭାପତି ହୋଇଛନ୍ତି । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଏହି ନିଷ୍ପତ୍ତିକୁ ଆଜି ଦଳର ସାଧାରଣ ସମ୍ପାଦକ(ମିଡିଆ ବ୍ୟାପାର) ମାନସ ମଙ୍ଗରାଜ ଏକ ପ୍ରେସ୍ ଇସ୍ତାହାରରେ ଘୋଷଣା କରିଛନ୍ତି ।

ବାପି ରାୟ ପୂର୍ବରୁ ଛାତ୍ର ବିଜେଡ଼ିର ସଭାପତି ଥିଲେ । ପ୍ରଥମ ଥର ପାଇଁ ବାଙ୍କୀରୁ ବିଧାୟକ ହୋଇଥିବା ଦେବୀରଞ୍ଜନ ଛାତ୍ର ଜୀବନରୁ ଜଣେ ଦକ୍ଷ ସଂଗଠକ ଭାବେ ଜଣାଶୁଣା । ପୂର୍ବତନ ବିଧାୟକ ତଥା ବିଜେଡ଼ିର ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀଙ୍କର ସେ ପୁଅ । ଟୁବୁଙ୍କ ନାଁ ବହୁ ପୂର୍ବରୁ ଛାତ୍ର ସଭାପତି ଭାବେ ଚୟନ ହୋଇସାରିଥିଲେ ମଧ୍ୟ ଯୁବ ସଭାପତି ଅଙ୍କ ଚିଣ୍ଡୁ ନଥିବାରୁ ଏହା ଝୁଲି ରହିଥିଲା ।

Leave A Reply

Your email address will not be published.