ବିଜେଡିକୁ ମିଳିଲାନି ଛାତ୍ର ମୁଖିଆ, ରାଜ୍ୟ କମିଟିରେ ୧୪୧

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଛାତ୍ର ବିଜେଡିର ପୁର୍ନଗଠନ ହୋଇଛି ଓ ରାଜ୍ୟ କମିଟିରେ ୧୪୧ଜଣ ଛାତ୍ରନେତାଙ୍କୁ ସାମିଲ କରାଯାଇଛି । ତେବେ ଯୁବ ବିଜେଡି ଭଳି ଛାତ୍ର ବିଜେଡିର ମୁଖିଆ ଭାବେ କାହାରିକୁ ଦାୟିତ୍ୱ ମିଳିନାହିଁ । ଦଳର ଯୁବ ଓ ଛାତ୍ର ଚେହେରା(ସଂଗଠନର ମୁଖିଆ)ଭାବେ ପରୋକ୍ଷରେ ଯଥାକ୍ରମେ ଦୁଇ ବିବାଦୀୟ ବିଧାୟକ ପ୍ରଣବ ବଳବନ୍ତରାୟ ଓ ବ୍ୟୋମକେଶ ରାୟ ଦାୟିତ୍ୱ ତୁଲାଇବେ ବୋଲି ସନ୍ଦେଶ ଦିଆଯାଇଛି । ବିଜେଡିରେ ଗୋଟିଏ ନିର୍ଦ୍ଦିଷ୍ଟ ଗୋଷ୍ଠୀର ପ୍ରଭାବ ବୃଦ୍ଧି ନିମନ୍ତେ ଉଦ୍ଦେଶ୍ୟମୂଳକ ଭାବେ ଦଳର ଦୁଇ ଛାମୁଆ ସଂଗଠନ (ଯୁବ ଓ ଛାତ୍ର)ର ମୁଖିଆ ଭାବେ କାହାରିକୁ ଅବସ୍ଥାପିତ କରାଯାଇନଥିବା ଦଳୀୟ ମହଲରେ ଚର୍ଚ୍ଚା ।

ବିଜେଡି ପକ୍ଷରୁ ଜାରି ତାଲିକା ଅନୁସାରେ, ଛାତ୍ର ବିଜେଡିର କାର୍ଯ୍ୟକାରୀ ସଭାପତି ଭାବେ ଅବିନାଶ ଠାକୁର, ପ୍ରଶାନ୍ତ ପଣ୍ଡା ଓ ରାଜେଶରାଜ ସ୍ୱାଇଁ, ମହାସଚିବ ପଦବୀରେ ଇପସିତା ସାହୁ, ବରିଷ୍ଠ ଉପସଭାପତି ଭାବେ ଅଜିତ୍ ବେହେରା, ବିଶ୍ୱପ୍ରତାପ ସାହୁ ଓ ସ୍ୱାଗତିକା ମହାନ୍ତିଙ୍କୁ ଦାୟିତ୍ୱ ମିଳିଛି । ସେହିପରି ୬ଟି ଜୋନର ସଭାପତି ଭାବେ ଭୁବନେଶ୍ୱର-ଭଗବାନ ସାହୁ, କଟକ-ସ୍ମୃତିରଞ୍ଜନ ଦାସ, ଗଞ୍ଜାମ-ଜ୍ୟୋତିରଞ୍ଜନ ସାହୁ, ସମ୍ବଲପୁର-ମିଲନ ହୋତା, ବଲାଙ୍ଗିର- ଚିରାଗ ସିଂହଦେଓ ଓ କୋରାପୁଟ-ଶିବରାଜ ଖଣ୍ଡପାଣିଙ୍କୁ ନିଯୁକ୍ତି ଦିଆଯାଇଛି ।

ସେହିପରି ୧୧ଜଣଙ୍କୁ ଛାତ୍ର ଉପସଭାପତି ଭାବେ ନିଯୁକ୍ତି ମିଳିଛି । ସେମାନେ ହେଲେ ଅପୂର୍ବା ଅପରୂପା,  ବୈଶାଖୀ ନନ୍ଦ, ସ୍ଥିତପ୍ରଜ୍ଞା ଦାସ,ଅବିନାଶ ପଟେଲ, କମଳାଜ୍ୟୋତି ଦାସ, ଚିନ୍ମୟ ଦାସ, ପ୍ରଦୋଷ ପରିଡ଼ା, ବିଜୟ ବସନ୍ତିଆ, ଶିବବ୍ରତ ନାୟକ, ଭବାନୀ ଶଙ୍କର ସାହୁ ଓ ଭବାନୀ ଶଙ୍କର ଦାସଙ୍କୁ ନିଯୁକ୍ତି ମିଳିଛି।ସେହିପରି ସାଧାରଣ ସମ୍ପାଦକ ଭାବେ ୪୦ଜଣ,  ସମ୍ପାଦକ ଭାବେ ୪୪ଜଣ ଓ ଯୁଗ୍ମ ସମ୍ପାଦକ ଭାବେ ୩୩ଜଣଙ୍କୁ ନିଯୁକ୍ତି ମିଳିଛି । ସେହିପରି ୩୨ଟି ସାଂଗଠନିକ ଜିଲ୍ଲାରେ ଛାତ୍ର ସଭାପତିଙ୍କୁ ଦାୟିତ୍ୱ ନ୍ୟସ୍ତ ହୋଇଥିବାବେଳେ ବିଧାନସଭା ଉପନିର୍ବାଚନରେ ବିଭ୍ରାଟ ଆଶଙ୍କା କରି ବାଲେଶ୍ୱର ଓ ଜଗତସିଂହପୁର ଜିଲ୍ଲାରେ କାହାରିକୁ ନିଯୁକ୍ତି ଦିଆଯାଇ ନାହିଁ ।

ରାଜନୀତିକ ବିଶ୍ଲେଷକଙ୍କ ମତରେ, ସାଧାରଣ ନିର୍ବାଚନରେ ବିଜେଡି ଏକକ ସଂଖ୍ୟାଗରିଷ୍ଠତା ଆଣିଥିବା ସତ୍ତ୍ୱେ ଦଳ ଏବେ ଗୋଷ୍ଠୀକନ୍ଦଳ ଭୟରେ ସଂଗଠନରେ ଅଧିକ ସଂଖ୍ୟକ ନେତାଙ୍କୁ ସାମିଲ କରିବାକୁ ବାଧ୍ୟ ହେଉଛି । ନୂଆ ନୂଆ ପଦବୀ ସୃଷ୍ଟି କରିବାକୁ ବି ପଛାଉ ନାହିଁ । ଯାହାକି ଦଳୀୟ ସୁପ୍ରିମୋଙ୍କ କତ୍ତୃତ୍ୱ ଦଳ ଉପରୁ ଖସୁଥିବାର ସ୍ପଷ୍ଟ ଆଭାସ ଦେଉଛି । ମୁଖ୍ୟ ସଂଗଠନଠୁ ଆରମ୍ଭ କରି ଛାମୁଆ ସଂଗଠନ ପର୍ଯ୍ୟନ୍ତ ସବୁଥିରେ ଶତାଧିକ ନେତାଙ୍କୁ ଥଇଥାନ କରାଯାଉଛି । ଦଳର ଯୁବ ଓ ଛାତ୍ର ସଂଗଠନ ଭଳି ମହିଳା ୱିଙ୍ଗକୁ ମଧ୍ୟ ମୁଖିଆବିହୀନ କରିବାକୁ ନିଷ୍ପତ୍ତି ହୋଇଛି । ଦକ୍ଷ ସଂଗଠକମାନଙ୍କୁ ଅଣଦେଖା କରି ଏଭଳି ବିଶାଳ କମିଟି ଗଠନ କରାଯାଇଛି । ଯାହାମାଧ୍ୟମରେ ଦଳର ଏକ ପ୍ରଭାବଶାଳୀ ଗୋଷ୍ଠୀ ଏବେଠୁ ଦଳୀୟ ସଂଗଠନକୁ ଦଳର ହାଇଜ୍ୟାକ୍ କରିବାକୁ ସୁଚିନ୍ତିତ ରଣନୀତି ଆଧାରରେ କାମ କରୁଥିବା ରାଜନୀତିକ ମହଲରେ ଚର୍ଚ୍ଚା ।

Sikhsya
Barta

Leave A Reply

Your email address will not be published.