ସଂଜୟ ଦାସବର୍ମାଙ୍କ ଉପସ୍ଥିତିରେ କର୍ମୀ ସମ୍ମିଳନୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉପନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ଭୋଟରଙ୍କୁ ମନେଇବା ପାଇଁ ରାଜନୈତିକ ଦଳମାନେ ଦଳୀୟ କାର୍ଯ୍ୟକ୍ରମକୁ ଜୋରଦାର କରିବାରେ ଲାଗିଛନ୍ତି। ଏହି ପରିପ୍ରେକ୍ଷୀରେ
ଆଜି ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ରଘୁନାଥପୁର ବ୍ଲକର ବରାଗୋଳ ପଂଚାୟତ ରେ ବିଜୁ ଜନତାଦଳର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜୁ ଜନତାଦଳର ବିଧାୟକ ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କ ପାଇଁ ପ୍ରଚାର କରି ଶଙ୍ଖ ଚିହ୍ନରେ ବିପୁଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ନିବେଦନ କରିଛନ୍ତିି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମା, ପଞ୍ଚାୟତ ପର୍ଯ୍ୟବେକ୍ଷକ ଦିବାକର ପାତ୍ର ବ୍ଲକ ସଭାପତି ଦେବାଶିଷ ତ୍ରିପାଠୀ, ବ୍ଲକ ଅଧ୍ୟକ୍ଷା ସ୍ବପ୍ନା ସରିତା ବଳ, ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟ ଓ ଅନ୍ୟମାନେ ଉପସ୍ଥିତି ଥିଲେ ।

Leave A Reply

Your email address will not be published.