ଖୁବଶୀଘ୍ର ଥଇଥାନ ହେବେ ଯୁବ, ଛାତ୍ର ନେତା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଥଇଥାନ ହେବେ ବିଜେଡ଼ି ର ୪୦ରୁ ଉର୍ଦ୍ଧ ଯୁବ ଏବଂ ଛାତ୍ର ନେତା । ସଶକ୍ତ ଓଡ଼ିଶା ପାଇଁ କରିବେ କାର୍ଯ୍ୟ । ଗତ କିଛିଦିନ ହେବ ଶାସକ ଦଳ ନିଜକୁ ସୁଦୃଢ କରିବାକୁ ବିଭିନ୍ନ ବିଭାଗରେ କିଛି କର୍ମଠ ନେତାଙ୍କୁ ସ୍ଥାନିତ କରିସାରିଲେଣି । ଯେଉଁମାନେ ୨୦୧୯ ସାଧାରଣ ନିର୍ବାଚନରେ ଅକ୍ଲାନ୍ତ ପରିଶ୍ରମ କରିଥିଲେ । ବର୍ତ୍ତମାନ ଯୁବ ଏବଂ ଛାତ୍ର ନେତାଙ୍କ ପାଳି । କାହିଁକି ନା ଅନେକ ଦିନ ପୂର୍ବରୁ ଯୁବ ଏବଂ ଛାତ୍ର ସଭାପତି ଚୟନ ପ୍ରକ୍ରିୟା ହୋଇଯିବା କଥା ମାତ୍ର ଆଶାୟୀଙ୍କ ଲମ୍ବା ଧାଡି ଓ କୋଭିଡ ମାଡ଼ ଏହାକୁ ଘୁଞ୍ଚାଇବାକୁ ବାଧ୍ୟ କରିଛି ଦଳର ସଭାପତିଙ୍କୁ ।

ବିଜୁ ଜନତା ଦଳ ବର୍ତ୍ତମାନ ଯୁବ ଏବଂ ଛାତ୍ର ନେତାଙ୍କୁ ଥଇଥାନ କରିବାକୁ ଅଣ୍ଟା ଭିଡ଼ିଲାଣି । କାରଣ ଯେପର୍ଯ୍ୟନ୍ତ ଆଶାୟୀଙ୍କୁ ଦଳର କିଛି ଦାୟିତ୍ୱ ଦିଆନଯାଇଛି ସେପର୍ଯ୍ୟନ୍ତ ଯୁବ ଓ ଛାତ୍ର ସଭାପତି ଏବଂ ନୂତନ କରି ସୃଷ୍ଟି ହୋଇଥିବା ୩ କାର୍ଯ୍ୟକାରିଣୀ ସଭାପତି ଏବଂ ଗୋଟିଏ ସେକ୍ରେଟାରୀ ଜେନେରାଲ ପଦ ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ ବାଧା ଉତ୍ପନ୍ନ ହେଉଛି । ଅନେକ ଆଶାୟୀ ନିଜ ନିଜ ନେତାଙ୍କୁ ଧରି ଲବି ଆରମ୍ଭ କଲେଣି । ଫଳରେ ପ୍ରଥମେ ୪୦ରୁ ଉର୍ଦ୍ଧ ଯୁବ ଏବଂ ଛାତ୍ର ଆଶାୟୀଙ୍କୁ ସଶକ୍ତ ଓଡ଼ିଶାର ବିଭିନ୍ନ ପଦବୀରେ ଥଇଥାନ କରାଯିବା ପରେ ଯୁବ ଓ ଛାତ୍ରସଭାପତି ଏବଂ ଅନ୍ୟ ପଦବୀ ପାଇଁ ଚୟନ ହୋଇଥିବା ଯୁବ ଓ ଛାତ୍ର ନେତାଙ୍କ ନାମ ଘୋଷଣା କରାଯିବା ନେଇ ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.