ଦୁଇଗୁଣିତ ହୋଇଛି ବିଜେଡ଼ର ସଭ୍ୟ ସଂଗ୍ରହ ଅଭିଯାନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଗତକାଲି ଶେଷ ହୋଇଛି । ଦୁଇଦିନ ମଧ୍ୟରେ ସଭ୍ୟ ସଂଖ୍ୟା କେତେ ପହଞ୍ଚିଛି ତାହା ସାଧାରଣରେ ଜଣାପଡ଼ିବ ବୋଲି ସଭ୍ୟ ସଂଗ୍ରହ ଅଭିଯାନର ସଂଯୋଜକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି । ତେବେ ଚଳିତବର୍ଷ ସଭ୍ୟ ସଂଗ୍ରହ ଦୁଇଗୁଣା ବଢିବ ବୋଲି ସେ କହିଛନ୍ତି । ଏବର୍ଷ ୧ କୋଟି ରେ ପହଞ୍ଚାଇବା ପାଇଁ ଦଳ ଲକ୍ଷ ରଖିଥିଲା । ଗତ ବର୍ଷ ସଭ୍ୟ ସଂଗ୍ରହ ସଂଖ୍ୟା ୪୫ଲକ୍ଷ ହୋଇଥିଲା । ଚଳିତ ବର୍ଷ ନଭେମ୍ବର ୨ରୁ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଥିଲା । ଯାଜପୁର ଓ ମୟୁରଭଞ୍ଜ ସଭ୍ୟ ସଂଗ୍ରହରେ ଆଗରେ ରହିଥିଲା ।

ସଭ୍ୟ ସଂଗ୍ରହରେ ଯୁବ, ମହିଳା କିପରି ଅଧିକରୁ ଅଧିକ ସାମିଲ ହେବେ ତାହାଉପରେ ଗୁରୁତ୍ୱ ଦିଆଯାଇଥିଲା । ଯେଉଁ ସବୁ ଜିଲ୍ଲା ମାନଙ୍କରେ ସଭ୍ୟ ସଂଗ୍ରହ ଧିମେଇ ଯାଇଥିଲା ସେହିସବୁ ଜିଲ୍ଲାର ବିଧାୟକ ଓ ସାଂସଦ ମାନଙ୍କୁ ସକାଳୁ ଡାକି ନବୀନ ଟିଉସନ କରିଥିଲେ । ସଭ୍ୟ ସଂଗ୍ରହ ଅଭିଯାନକୁ ତ୍ଵରାନିତ କରିବା ପାଇଁ ନେତାଙ୍କୁ ନିର୍ଦ୍ଧେଶ ଦେଇଥିଲେ । ଯାହାର ଫଳ ସ୍ୱରୂପ ଚଳିତ ବର୍ଷ ଯେଉଁ ଟାର୍ଗେଟ ବିଜେଡି ରଖିଥିଲା ସଭ୍ୟ ସଂଗ୍ରହ ଅଭିଯାନରେ ତାହା ଦ୍ୱିଗୁଣିତ ହୋଇଛି ବୋଲି ଜଣାପଡିଛି ।

Leave A Reply

Your email address will not be published.