ସଞ୍ଜୟ କୁମାର ଦାସବର୍ମାଙ୍କ ଉପସ୍ଥିତରେ ବିଜେଡିରେ ମିଶିଲେ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତିର୍ତ୍ତୋଲରେ ବିଜେଡ଼ିର ଗଡ଼ ମଜବୁତ ହେବାରେ ଲାଗିଛି। ଆଜି ବିଜେଡିର ମିସିଛନ୍ତି ବିଜେପି ଓ କଂଗ୍ରେସ କର୍ମୀ। ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣ କାର୍ଯ୍ୟ,ସ୍ୱଚ୍ଛ ନିର୍ମଳ ଭାବମୂର୍ତି ରେ ଅନୁପ୍ରାଣିତ ହୋଇ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ରଘୁନାଥପୁର ବ୍ଲକ ବିଦ୍ୟାଧରପୁର,ଛପଡ଼ା ଓ ରଘୁନାଥପୁର ଗ୍ରାମ ପଞ୍ଚାୟତର ଶହେରୁ ଉର୍ଦ୍ଧ ଛାମୁଆ ନେତୃମଣ୍ଡଳୀ ଆନୁଷ୍ଠାନିକ ଭାବରେ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଙ୍କ ଉପସ୍ଥିତ ରେ ବିଜୁ ଜନତା ଦଳ ରେ ସାମିଲ ହୋଇଥିଲେ।

ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ପର୍ଯ୍ୟବେକ୍ଷକ ରାଜା ଚକ୍ର, କିଶୋର କୁମାର ନାୟକ, ବ୍ଲକ ସଭାପତି ଦେବାଶିଷ ତ୍ରିପାଠୀ, ବ୍ଲକ ଅଧ୍ୟକ୍ଷା ସ୍ଵପା ସରିତା ବଳ ଓ ସରୋଜ ସ୍ବାଇଁ ଉପସ୍ଥିତ ଥିଲେ।

Leave A Reply

Your email address will not be published.