ଭାରତକୁ ବଦନାମ କରି ପାକିସ୍ତାନରେ ହିରୋ ହେଲେ ବିଜେଡି ବିଧାୟକ

0

ଓଡିଶା ଫାଷ୍ଟ(ବ୍ୟୁରୋ): ସହୀଦ ଯବାନ ମନୋଜ ବେହେରାଙ୍କ ଅନ୍ତିମସଂସ୍କାରରେ ମନୋଜଙ୍କ ଦାଦାଙ୍କୁ ତଣ୍ଟିଆ ମାରି ଚର୍ଚ୍ଚାରେ ଥିବା କଟକ-ବାରବାଟୀ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଏହି ଧକ୍କା ମାରିବା ଭିଡ଼ିଓ ସୋସିଆଲ ମିଡ଼ିଆରେ ଘୁରିବୁଲିବା ପରେ ଦେବାଶିଷ କ୍ଷମାପ୍ରାର୍ଥନା କରିଥିଲେ । ମାତ୍ର ମାନବିକତା ଶୂନ୍ୟ ଏପରି ଲୋକ ପ୍ରତିନିଧିଙ୍କୁ କେବଳ ରାଜ୍ୟବାସୀ ନୁହେଁ ସମଗ୍ର ଦେଶବାସୀ ନିନ୍ଦା କରିଥିଲେ । ବର୍ତ୍ତମାନ ସେହି ଭାଇରଲ ଭିଡ଼ିଓ ପାକିସ୍ତାନ ନିଉଜ ଚ୍ୟାନେଲରେ ବାରମ୍ବାର ପ୍ରସାରିତ ହେଉଛି । ଯାହାଫଳରେ ସମଗ୍ର ଭାରତକୁ ଲଜ୍ଜିତ ହେବାକୁ ପଡିଛି ।

ସୂଚନା ଅନୁଯାୟୀ, ଗତ ଫେବୃଆରୀ ୧୪ରେ ଜମ୍ମୁ କାଶ୍ମୀରର ପୁଲୱାମାର ଅବନ୍ତିପୁରା ହାଇୱେ ଉପରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ୪୫ରୁ ଉର୍ଦ୍ଧ ସିଆରପିଏଫ ଯବାନ ସହିଦ ହୋଇଥିବା ବେଳେ ୩୦ ରୁ ଅଧିକ ଯବାନ ଆହତ ହୋଇଥିଲେ । ଯାହାକି ସମଗ୍ର ଭାରତକୁ ସ୍ତବ୍ଧ କରିଦେଇଥିଲା । ଏହି ଆତଙ୍କବାଦୀଙ୍କ ଆକ୍ରମଣରେ ଓଡ଼ିଶାର ଦୁଇ ଯବାନ ମନୋଜ ବେହେରା ଓ ପ୍ରସନ୍ନ କୁମାର ସାହୁ ସହୀଦ ହୋଇଥିଲେ । ତାଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ, ଦୁଇ କେନ୍ଦ୍ରମନ୍ତ୍ରୀ, ପସିସି ସଭାପତି, ଅନେକ ନେତା ଓ ସିଅରପିଏଫ ଯବାନ ତାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିବା ପରେ ସେମାନଙ୍କୁ ସ୍ୱତନ୍ତ୍ର ଗାଡ଼ିରେ ସେମାନଙ୍କ ପୈତୃକ ଗ୍ରାମକୁ ନିଆ ଯାଇଥିଲା । ଏହି ଶେଷଯାତ୍ରାରେ ହଜାର ହଜାର ଜନତା ସ୍ବଇଚ୍ଛାରେ ଯୋଗଦେଇଥିଲେ । ଏହିପରି ସମ୍ବେଦନଶୀଳ ଘଟଣା ସମୟରେ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ ମନୋଜଙ୍କ ଦାଦାଙ୍କୁ ତଣ୍ଟିଆ ମାରି ନିଜ ଦାଦାଗିରି ଜାହିର କରିବା କେତେଦୂର ଯୁକ୍ତିଯୁକ ବୋଲି ପ୍ରସାରିତ ହେବାପରେ ବିଧାୟକ ଦେବାଶିଷ ଭୁଲ ମାଗିଥିଲେ ସତ ମାତ୍ର ସେତେବେଳକୁ ନେଡ଼ିଗୁଡ କହୁଣିକୁ ବୋହି ଗଲାପରି ବିଧାୟକ ସମଗ୍ର ବିଶ୍ୱରେ ଭାରତକୁ ଲଜ୍ଜିତ କରିସାରିଥିଲେ । ଅପରପକ୍ଷରେ ପୁଲୱାମା ଆତଙ୍କୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କୁ ନେଇ ଭାରତୀୟ ରାଜନେତା ମାନେ କୁମ୍ଭୀର କାନ୍ଦୁଣା କାନ୍ଦୁଥିବା ବେଳେ ବିଜେଡି ବିଧାୟକ କିଭଳି ସହିଦଙ୍କ ଦାଦାଙ୍କୁ ଅସମ୍ମାନ କରୁଛନ୍ତି ତାହା ଦେଖାଇବାକୁ ଚେଷ୍ଟା କରିଛି ପାକିସ୍ତାନୀ ଗଣମାଧ୍ୟମ ।

Leave A Reply

Your email address will not be published.