ସରିଲା ବିଜେଡିର ସଂସଦୀୟ ଦଳ ବୈଠକ, ସଂସଦରେ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି ହେବ ମୂଳ ପ୍ରସଙ୍ଗ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନବୀନ ନିବାସରେ ବିଜେଡି ସାଂସଦୀୟ ଦଳ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନବୀନ ପଟ୍ଟନାୟକଙ୍କ ନବ ନିର୍ବାଚିତଙ୍କୁ ଶୁଭେଚ୍ଛା ଜଣାାଇଥିଲେ । ଏହାପରେ ନବୀନଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ନବ ନିର୍ବାଚିତ ଏମ୍‌ପିମାନଙ୍କ ସହ ନବୀନ ଆଲୋଚନା କରିବା ସହ କେନ୍ଦ୍ରରେ ବିଜେଡି ଏମ୍‌ପିମାନଙ୍କର ଆଭିମୁଖ୍ୟ କ’ଣ ରହିବ ସେ ନେଇ ଆଲୋଚନା ହୋଇଥିଲା । ଓଡିଶାକୁ ସୱତନ୍ତ୍ର ରାଜ୍ୟ ପାହ୍ୟା, ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଓ ରାଜ୍ୟର ଅନ୍ୟ ପୂର୍ବ ଦାବିଗୁଡିକୁ ସଂସଦରେ ଉଠାଇବାମୁ ନବୀନ ପରାମର୍ଶ ଦେଇଥିଲେ । କେଉଁ ସାଂସଦ କେଉଁ ପ୍ରସଙ୍ଗ ଉଠାଇବେ ସେ ନେଇ ମଧ୍ୟ ଆଲୋଚନା କରାଯାଇଥିଲା । ବୈଠକରେ ଭର୍ତ୍ତୃହରି ମହତାବ, ଚନ୍ଦ୍ରଶେଖର ସାହୁ, ପିନାକୀ ମିଶ୍ର, ପ୍ରମିଳା ବିଷୋୟୀ, ରମେଶ ମାଝୀ, ଚନ୍ଦ୍ରାଣୀ ମୁର୍ମୁ, ରାଜଶ୍ରୀ ମଲ୍ଲିକ, ଅନୁଭବ ମହାନ୍ତି, ଅଚ୍ୟୁତ ସାମନ୍ତ, ମଞ୍ଜୁଲତା ମଣ୍ଡଳ, ଶର୍ମିଷ୍ଠା ସେଠୀ ଓ ମହେଶ ସାହୁ ପ୍ରମୁଖ ଏମ୍‌ପିମାନେ ଉପସ୍ଥିତ ଥିଲେ । ଏହାପରେ ଦଳର ସଭାପତି ସମସ୍ତ ନବ ନିର୍ବାଚିତ ସଦସ୍ୟଙ୍କ ସହ ଫଟୋ ଉଠାଇଥିଲେ ।

ଆଗାମୀ ଦିନରେ କେନ୍ଦ୍ରାପଡାରେ ରେଳଲାଇନ ପ୍ରସଙ୍ଗ ଅନୁଭବ ସଂସଦରେ ଉଠାଇବେ ବୋଲି କହିଥିଲେ । ବିପର୍ଯ୍ୟୟ ପରିଚାଳନ କ୍ଷେତ୍ରରେ ଓଡ଼ିଶାକୁ ଅଧିକ ଅର୍ଥ ପ୍ରଦାନ ପାଇଁ ସଂସଦରେ ଦାବି କରାଯିବ ବୋଲି ବ୍ରହ୍ବପୁର ଏମ୍‌ପି ଚନ୍ଦ୍ରଶେଖର ସହୁ କହିଛନ୍ତି ।

Leave A Reply

Your email address will not be published.