ନିଜ ଦେହରେ ନିଆଁ ଲଗାଇ ଦେଲେ ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ର

0

ଓଡିଶା ଫାଷ୍ଟ( ବ୍ୟୁରୋ): ବ୍ରହ୍ମପୁର ଏସପିଙ୍କ ଅଫିସ ସାମ୍ନାରେ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇଦେଲେ ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ର । ଗୁରୁତର ଅବସ୍ଥାରେ ତାଙ୍କୁ ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ଗତ ୨୮ ତାରିଖରେ ମିନାକ୍ଷୀଙ୍କ ଘର ଆଗରେ ବାଇକ ପାର୍କିଂକୁ ନେଇ ଗଣ୍ଡଗୋଳ ହୋଇଥିଲା । ତାଙ୍କ ପୁଅ ରାଜା ମିଶ୍ରଙ୍କର ଅନ୍ୟଗୋଷ୍ଠିର ୪ ଜଣଙ୍କ ସହ ଗଣ୍ଡଗୋଳ ହୋଇଥିଲା । ଏହାର ଭିଡିଓ ଭାଇରାଲ ହୋଇଥିବା ବେଳେ ଉଭୟ ପକ୍ଷର ଏତଲା କ୍ରମେ ପୋଲିସ ୫ଜଣଙ୍କୁ ଗିରଫ କରିଛନ୍ତି । ଏହି ମାମଲାରେ ଆଜି ମିନାକ୍ଷୀ ଏସପିଙ୍କୁ ଦେଖା କରିବା ସହ ଘଟଣା ସମ୍ପର୍କରେ ଆଲୋଚନା କରିବାକୁ ଯାଇଥିଲେ । କିନ୍ତୁ ଦୀର୍ଘ ସମୟ ଯାଏଁ ଏସପିଙ୍କ ସହ ଦେଖା ନ ହେବାରୁ ମିନାକ୍ଷୀ କିରୋସିନ ଢାଳି ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ ।

Leave A Reply

Your email address will not be published.